6 BSF Jawans sustain injuries after their Van Overturned in Odisha’s Khurda

0
416

By Our Correspondent

BHUBANESWAR:  “ଯବାନମାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌ଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିବାରୁ ୬ଜଣ BSF ଯବାନ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ Hp ପ୍ରେଟୋଲ ଫମ୍ପ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଆହତ ଯବାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ  8ଜଣ ଯବାନ ଜଟଣୀ ସ୍ଥିତ BSF କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ଖାଦ୍ୟ ସାମଗ୍ରୀ  ନେଇ  ଛତିଶଗଡ଼  କ୍ୟାମ୍ପକୁ ଯାଉଥିଲେ।  ବୋଲଗଡ଼ ପେଟ୍ରୋଲ ପମ୍ପ ନିକଟରେ ଭ୍ୟାନଟି ବିଲକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଏହି ଦୁର୍ଘଟଣାରେ ୬ ଜଣ ଯବାନ ସାମାନ୍ଯ ଆହତ ହୋଇଥିଲେ।

ଦୁର୍ଘଟଣା ଘଟିଥିବା ଖବର ପାଇ  କ୍ୟାମ୍ପରୁ କିଛି ଯବାନ ଓ ପୁଲିସ ପହଞ୍ଚି ଆହତ ଯବାନମାନଙ୍କୁ  ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ପଠାଇଥିଲେ।ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀ ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି।

ଭ୍ୟାନରେ ୭ଜଣ ଯବାନ ଥିଲେ। ଅନ୍ୟ ଜଣଙ୍କର କିଛି ହୋଇ ନାହିଁ।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି”

LEAVE A REPLY

Please enter your comment!
Please enter your name here