40th annual day celebration of Sivananda Centenary Boys School held

0
491

By Our Correspondent

BHUBANESWAR: ଛାତ୍ରଛାତ୍ରୀଙ୍କୁ ପଢାଇବାର ମାଧ୍ୟମ ମାତୃଭାଷା ହେଉ ଏବଂ ବାହାର ରାଜ୍ୟରୁ ଆସି ଶିବାନନ୍ଦ ସେଣ୍ଟିନାରୀ ବାଳକ ହାଇସ୍କୁଲ’ ପରି ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ପିଲାଙ୍କୁ ସେମାନଙ୍କ ଭାଷାରେ ଶିକ୍ଷା ଦେବା ଦିଗରେ ଯୋଜନା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜଧାନୀର ଐତିହାସିକ ଖଣ୍ଡଗିରି ପାଦଦେଶରେ ସ୍ଥାପିତ ‘ଶିବାନନ୍ଦ ସେଣ୍ଟିନାରୀ ବାଳକ ହାଇସ୍କୁଲ’ର ୪୦ତମ ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ମାତୃଭାଷାରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ପୂଜ୍ୟ ସାଧୁ, ମହାତ୍ମା ମାନଙ୍କ ଦ୍ୱାରା ପରିଚାଳିତ ଶିବାନନ୍ଦ ସେଣ୍ଟିନାରୀ ବାଳକ ଉଚ୍ଚ ବିଦ୍ୟାଳୟ ଭାରତର ମୂଳ ବିଚାରକୁ ଆଧାର କରି ମଣିଷକୁ ମେସିନ ଭାବରେ ନୁହେଁ ବରଂ ଜଣେ ଉତ୍ତମ ମଣିଷ ଗଠନ କରିବା ଦିଗରେ ନିୟୋଜିତ ହେବା ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୀତ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ହିଁ ଛାତ୍ରଛାତ୍ରୀଙ୍କର ବାଲ୍ୟ ପ୍ରତିଭା ଓ ସୃଜନଶୀଳତାକୁ ପରିସ୍ପୁଟ କରେ । ପାଠ ପଢିବାର ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପାଠ ପଢିଲେ ହିଁ ପିଲାମାନେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମ ଓ ସିଭି ରମଣଙ୍କ ଭଳି ବୈଜ୍ଞାନିକ ହୋଇପାରିବେ ।

ଜାତୀୟ ଶିକ୍ଷା ନୀତିରେ ବହି ପାଠ୍ୟକ୍ରମକୁ କ୍ରୀଡା ଆଧାରିତ କରାଯାଇଛି । ଏହା ଦ୍ୱାରା ପିଲାମାନେ ଖେଳ, ନାଚ ଓ ଗୀତ ଗାଇ ପାଠ ପଢିବେ । ଧୀରେ ଧୀରେ ଏନସିଇଆରଟି ମଧ୍ୟ ପାଠ୍ୟକ୍ରମକୁ ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ସବୁ ଆଞ୍ଚଳିକ ଭାଷାରେ ପୁସ୍ତକମାନ ପ୍ରକାଶ କରୁଅଛି । ଶିକ୍ଷା କେବଳ ପଢା ବହି ଭିତରେ ସୀମିତ ନରହି ଭାରତୀୟ ବିଚାର ଓ ମୂଲ୍ୟ ଆଧାରିତ ହେବା ଦରକାର । ତେବେ ଯାଇ ଆମେ ଶିକ୍ଷା ନୀତି ଆଧାରରେ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କୁ ତିଆରି କରିପାରିବା, ଯେଉଁମାନେ ବସୁଧୈବ କୁଟୁମ୍ବକମ୍ ବିଚାରରେ କେବଳ ଭାରତ ନୁହେଁ ବରଂ ବିଶ୍ୱ କଲ୍ୟାଣ ପାଇଁ ଆଗଭର ହେବେ ।

ଏହି ଅବସରରେ ଶ୍ରୀ ପ୍ରଧାନ ହାଇସ୍କୁଲର ଏକ ବାର୍ଷିକ ପତ୍ରିକା ମଧ୍ୟ ଉନ୍ମୋଚନ କରିଥିଲେ । ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶକୁ ଶୁଣିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଆମକୁ ସ୍ମାର୍ଟ ଓ୍ୱାର୍କ କିମ୍ବା ହାର୍ଡ ଓ୍ୱାର୍କ ନୁହେଁ ବରଂ ସ୍ମାର୍ଟ ଭାବେ ହାର୍ଡ ଓ୍ୱାର୍କ କରିବା ପାଇଁ ପଡିବ ବୋଲି ଗତକାଲି ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ କେନ୍ଦ୍ରମନ୍ତ୍ରୀ ଦୋହରାଇଥିଲେ ।

LEAVE A REPLY

Please enter your comment!
Please enter your name here