399 Squad formed in Odisha to control Forest Fires

0
347

By Our Correspondent

BHUBANESWAR:   ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ଥିବା ବ୍ୟବସ୍ଥାର ସୁଦୃଢ଼ିକରଣ କରାଯାଉଛି। ଏଥି ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ  କରାଯିବ। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ରାଜ୍ୟର ୪୯ଟି ଜଙ୍ଗଲ ଉପଖଣ୍ଡରେ ୩୯୯ଟି ଅଗ୍ନି ପ୍ରତିରୋଧ ସ୍କ୍ୱାର୍ଡ ଗଠନ କରାଯାଇଛି। ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଦକ୍ଷତା ବୃଦ୍ଧି କରାଯିବ। ଏଥି ନିମନ୍ତେ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ପାଲା, ଦାସକାଠିଆ, ଘୋଡାନାଚ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ।

ବନାଗ୍ନି ସଂପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ଏବଂ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଏହି ଅଭିଯାନରେ  ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସାମାଜିକ କର୍ମୀ ମାନଙ୍କୁ ସାମିଲ କରାଯିବ।

ନଭେମ୍ବର 2022ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ 871ଟି ବଡ଼ ଧରଣର ଜଙ୍ଗଲରେ  ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏହା ସାରା ଦେଶରେ ବନାଗ୍ନି ମାମଲାରେ ସର୍ବାଗ୍ରେ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ 1625ଟି ବନାଗ୍ନିର ଖବର ସାମ୍ନାକୁ ଆସିଛି । ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର 35 ପ୍ରତିଶତ ବୋଲି ଆକଳନ କରାଯାଇଛି । ବିଗତ ଚାରି ମାସରେ ରାଜ୍ୟରେ ଜଙ୍ଗଲ ନିଆଁ କାରଣରୁ ଚାରି ହଜାର ହେକ୍ଟର ନଷ୍ଟ ହୋଇଥିବା ଆକଳନ କରାଯାଇଛି ।

2021 ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ ଧରଣର ଥିଲା । ରାଜ୍ୟରେ 51 ହଜାର 968ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ 2021 ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି.

ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ  ସାକ୍ଷାକ କରି  ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ ଶୀର୍ଷରେ ଥିବା ସହ ରାଜ୍ୟର ଜଙ୍ଗଲ ସମ୍ପଦ, ଜୈବ ବିବିଧତା, କୃଷକ ଓ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି । ଏହା ସହ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ପାଇଁ ମିଳିତ ବୈଠକ ଓ ଆଗାମୀ ଦିନରେ ମୁକାବିଲାର ଯୋଜନା ପ୍ରସ୍ତୁତ ପାଇଁ ଶ୍ରୀ ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି.

LEAVE A REPLY

Please enter your comment!
Please enter your name here