3 criminals arrested by Saheednagar Police

0
510

By Biswanath Dash

BHUBANESWAR: Ref: Saheednagar PS Case No- 03, Dtd.02.01.2023, U/S-341/294/506/354/34 IPC .PO:   Plot No.868, Sikharchandi Nagar, PS- Infocity, Bhubaneswar UPD.

Gist of the FIR:

ସହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣେ ସବ-ଇନ୍ସ୍ପେକ୍ଟର ହୋଇଥିବା ସ୍ଥଳେ ବର୍ତ୍ତମାନ ମହିଳା ଥାନାରେ ନିଯୁକ୍ତ ଅଛନ୍ତି । ଘଟଣା ଦିନ ବିଳମ୍ବିତ ରାତିରେ ସେ ନିଜ ଡ୍ୟୁଟି ସମ୍ପାଦନ ପରେ ରିଜର୍ବ ଅଫିସ ପରିସରରେ ଥିବା ନିଜ କ୍ୱାର୍ଟରକୁ ଫେରୁଥିବା ବେଳେ ସାଇନ୍ସ ପାର୍କ ବସ୍ତି ନିକଟରେ ନିମ୍ନୋକ୍ତ ତିନି ଅଭିଯୁକ୍ତ ଏକ ଇନୋଭା କାରରେ ସମୁଖରୁ ଆସି ତାଙ୍କ କାରକୁ ଅଟକାଇବାକୁ ଉଦ୍ୟମ କରିଥିଲେ ।

ଅଭିଯୋଗକାରିଣୀ କୌଶଳକ୍ରମେ ନିଜ କାରକୁ ଦ୍ରୁତ ଗତିରେ ଚଳାଇ ରିଜର୍ବ ଅଫିସ ପରିସର ମଧ୍ୟକୁ ଚାଲିଯାଇଥିଲେ । ପରେ ଅଭିଯୁକ୍ତ ମାନେ ସେମାନଙ୍କ କାର ଯୋଗେ ତାଙ୍କର ପିଛା କରିବା ସହିତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗ ପରେ ସହୀଦନଗର ଥାନାର ସ୍ପେଶାଲ ଟିମ ସାତପଡା, ପୁରୀ, କଟକ, ଜଗତପୁର ଏବଂ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଚଢଉ କରି ନିମ୍ନୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାରେ ସମ୍ପୃକ୍ତ ଇନୋଭା କାରକୁ ମଧ୍ୟ ଜବତ କରିଛନ୍ତି । ପଚରାଉଚରା ସମୟରେ ନିମ୍ନୋକ୍ତ ୩ଜଣ ଅଭିଯୁକ୍ତ ପେଷାରେ ଡ୍ରାଇଭର ହୋଇଥିବା ଏବଂ ଏକ ଭୋଜିରୁ ଫେରୁଥିବା ସମୟରେ ଅଭିଯୋଗକାରିଣୀଙ୍କ କାରର ମୁହାଁମୁହିଁ ହୋଇଥିବା ବେଳେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ଧମକ ଦେଇଥିବା କଥା ସ୍ଵୀକାର କରିଥିଲେ । ତଦନ୍ତ ଶେଷରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:              

1.                Chaka @Kuna Chandra Sahoo (23), S/o- Udaynath Sahoo of Sunakhala, PS-Ranpur, Nayagarh, At/Pr- Science Park Basti, Ray. No.586, PS- Saheednagar, Bhubaneswar UPD.

2.                Aru @Arainda Mahakud (28), S/O- Krushna Chandra Mahaud of Polosagara, PS- Manamunda, Dist-Boudh, At/Pr- Anandabazar Basti, PS- Saheednagar, Bhubaneswar UPD.

3.                Padia @Pradeep Behera (35), S/O- Pandit Behera of Baring, PS- Puruna Katak, Dist- Boudh, At/Pr- Anandabazar Basti, PS- Saheednagar, Bhubaneswar UPD.

Article Seized:

1.                One INNOVA Car, bearing Regd. No.OD-13-C-8787.

LEAVE A REPLY

Please enter your comment!
Please enter your name here