2024 ମସିହାର ଏକ ଶିଶୁ ବିକ୍ରି ଘଟଣାରେ ସଂପୃକ୍ତ ଥିବାରୁ ରାୟଗଡ଼ା ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଓ ସଦସ୍ୟ ମାନଙ୍କୁ ବହିଷ୍କାର କରାଯାଇଛି

0
182

By Our Correspondent

BHUBANESWAR: 2024 ମସିହାର ଏକ ଶିଶୁ ବିକ୍ରି ଘଟଣାରେ ସଂପୃକ୍ତ ଥିବାରୁ ରାୟଗଡ଼ା ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଓ ସଦସ୍ୟ ମାନଙ୍କୁ ଆଜି ବହିଷ୍କାର କରାଯାଇଛି।

କିଶୋର ନ୍ୟାୟ ଆଇନି ଧାରା 80 ଅନୁସାରେ ବେଅଇନି ଭାବେ ପୌଷ ସନ୍ତାନ  ଗ୍ରହଣ କଲେ ଅଭିଯୁକ୍ତକୁ 3 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ବ୍ୟବସ୍ଥା ଅଛି।

ଏହି ଆଇନର ଧାରା 81 ଅନୁସାରେ କୌଣସି ଶିଶୁକୁ ବିକ୍ରି ଖରଦୀ କଲେ ଅଭିଯୁକ୍ତକୁ 5 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା କରାଯିବ। ଯଦି ଏହି ବିକ୍ରି ଖାରଦି ରେ କୌଣସି ସରକାରୀ କର୍ତ୍ତୃପକ୍ଷ ସଂପୃକ୍ତ ଥାଆନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଧାରା 81 ଅନୁସାରେ 7 ବର୍ଷ ପର୍ୟନ୍ତ୍ ଜେଲଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ହେବ।

ଏହି କ୍ଷେତ୍ରରେ ଶିଶୁ କଲ୍ୟାଣ କମିଟି ର ସମସ୍ତ ସଦସ୍ୟ ଓ ଅଧ୍ୟକ୍ଷା ସଂପୃକ୍ତ ଅଛନ୍ତି ଓ ଶିଶୁ ଟିକୁ କୋଡ଼ିଏ ହଜାର ଟଙ୍କାରେ ବିକ୍ରି ହୋଇଥିବାର ପ୍ରମାଣ ମିଳିଛି।

ତେଣୁ ଶିଶୁ କଲ୍ୟାଣ କମିଟି ର ଅଧ୍ୟକ୍ଷା ଓ ସଦସ୍ୟଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇ ଏହାକୁ କିଶୋର ନ୍ୟାୟ ଆଇନି ଧାରା 80 ଓ 81 ଓ ଭାରତୀୟ ନ୍ୟାୟ ସହିଁନ୍ତା ଧାରା 144 (ଶିଶୁ ଚାଲାଣ) ଅନୁସାରେ କେସ ପୋଲିସ ପଞ୍ଜୀକୃତ କରି ଅନୁସନ୍ଧାନ କରିବା ଉଚିତ୍। କେବଳ ବହିଷ୍କାର କରିଦେଲେ ହେବ ନାହିଁ।

ପିଲାଙ୍କୁ ନ୍ୟାୟ ଦେବାକୁ ଗଢା ଯାଇଥିବା ଶିଶୁ କଲ୍ୟାଣ ସମିତିର ଶିଶୁ ବିକ୍ରି ଓ ଶିଶୁ ଙ୍କୁ ବେଆଇନ ଭାବେ ପୌଷ ସନ୍ତାନ ଭାବେ ଦେବାରେ ସଂପୃକ୍ତି ଏକ ଅକ୍ଷମଣୀୟ ଅପରାଧ। ଏହା ଏକ ଅତ୍ୟନ୍ତ ସମ୍ବେଦଶୀଳ ପ୍ରସଙ୍ଗ ଓ ଏହି ଘଟଣାକୁ ଆମେ ଶିଶୁ ଅଧିକାର କର୍ମୀମାନେ ଘୋର ନିନ୍ଦା କରୁଛୁ ଓ ସେମାନଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ।

 

 

LEAVE A REPLY

Please enter your comment!
Please enter your name here