15ତମ ଲିଙ୍ଗରାଜ ଚାଲେଞ୍ଜ କପ 2024 ସଫଳତା ସହିତ ଉଦଯାପିତ ହୋଇଯାଇଛି

0
67

By Our Correspondent

BHUBANESWAR:  ଚଳିତ ବର୍ଷ 15ତମ ଲିଙ୍ଗରାଜ ଚାଲେଞ୍ଜ କପ 2024 ସଫଳତା ସହିତ ଉଦଯାପିତ ହୋଇଯାଇଛି | ରାଜ୍ୟ ବାହାରୁ 4ଗୋଟି ଓ ରାଜ୍ୟ ରୁ 2ଗୋଟି ଶ୍ରେଷ୍ଠ ଦଳକୁ ନେଇ ଚାଲିଥିବା ଏହି ଦୁଇଦିନିଆ କ୍ରୀଡା ମହୋତ୍ସବ ର ଫାଇନାଲ ରେ kiit ଭୁବନେଶ୍ୱର ଦିଲ୍ଲୀ spiker କୁ 2/1 ସେଟ ରେ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା | ପ୍ରତ୍ୟେକ ମ୍ୟାଚ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା |

ଦିଲ୍ଲୀ ଟିମ ର ଆଟାକର ମନୀଷ ଙ୍କୁ ଶ୍ରେଷ୍ଠ ଆଟାକର, kiit ଟିମ ର ମହମ୍ମଦ ରାଜାଙ୍କୁ ଶ୍ରେଷ୍ଠ ବ୍ଲକର ରୂପେ ବିବେଚିତ କରାଯାଇଥିଲା  | ଦୁଇ ଦଳକୁ ଟ୍ରଫି ସହିତ ନଗଦ ଅର୍ଥ ରେ ପୁରସ୍କୃତ କରାଯାଇଥିଲା | ପ୍ରତ୍ୟେକ ବର୍ଷ ଏହି ଟୁର୍ନାମେଣ୍ଟ ରେ ରାଜ୍ୟ ର ସୁନାମ ଧନ୍ୟ କ୍ରୀଡ଼ାବିତ ମାନଙ୍କୁ ସଂମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥାଏ  |

ଏହି ବର୍ଷ ରାଜ୍ୟ ର ବରିଷ୍ଠ ଭଲିବଲ ଖେଳାଳି ତଥା ପ୍ରଶିକ୍ଷକ ଶ୍ରୀଯୁକ୍ତ ରାଜେଶ ସିଂ ମହୋଦୟ ଙ୍କୁ ଲାଇଫ ଟାଇମ ଅଛିଭମେଣ୍ଟ ସଂମ୍ମାନ ରେ ସଂମ୍ମାନିତ କରାଯାଇଥିଲା ଓ ଜାତୀୟ ଭଲିବଲ ଖେଳାଳି ଶ୍ରୀଯୁକ୍ତ ଚନ୍ଦନ ମଣ୍ଡଳ ଙ୍କୁ ଆଇକନିକ ସ୍ପୋର୍ଟ୍ସମ୍ୟାନ ଆୱାର୍ଡ ରେ ସଂମ୍ମାନିତ କରାଯାଇଥିଲା | ପ୍ରକାଶ ଥାଉକି ଶ୍ରୀଯୁକ୍ତ ମଣ୍ଡଳ ନିଜର ଖେଳକୁ ବଜାୟ ରଖି  କନେଷ୍ଟବଳ ରୁ ନିଜର ସାଧନା ଓ ତ୍ୟାଗ ବଳରେ ପ୍ରଶାସନିକ ଅଧିକାରୀ ହୋଇପାରିଛନ୍ତି |

ଏହି କ୍ଲବ ର ସଭାପତି ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଙ୍କ ନିମନ୍ତ୍ରଣ କୁ ରକ୍ଷା କରି ରାଜ୍ୟ କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ | ଏଥି ସହିତ ଏହି ଟୁର୍ନାମେଣ୍ଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡାବିଦ, ଲୋକନେତା, ସମାଜସେବୀ ତଥା ରାଜ୍ୟ ର କୋଣ ଅନୁକୋଣରୁ ବହୁ ସଂଖ୍ୟା ରେ କ୍ରୀଡ଼ାପ୍ରେମୀ ମାନେ ଯୋଗ ଦେଇଥିଲେ | ଶେଷରେ ସଫଳତା ର ସହିତ ଶେଷ ହୋଉଥିବା ଏହି ମେଗା ପ୍ରତିଯୋଗିତା ରେ ଅଂଶୀଦାର ଥିବା ସମସ୍ତ ସଂଗଠନ ଓ ବ୍ୟକ୍ତି ବିଶେଷ ଙ୍କୁ କ୍ଲବ ର ସମ୍ପାଦକ ଶ୍ରୀଯୁକ୍ତ ରଜତ ତ୍ରିପାଠୀ ମହୋଦୟ ଧନ୍ୟବାଦ ଅର୍ପଣ କେଇଥିଲେ

 

LEAVE A REPLY

Please enter your comment!
Please enter your name here