1 more arrested in connection with Jharapada Jyoti Filing station firing case

0
435
Tukuna Behera(27), S/o- Banchhanidhi Behera, At- Rabigadia, PS- Odagaon, Dist- Nayagarh, At/pr- Press colony, near Rikshaw colony, PS- Kharvelnagar, BBSR UPD.

 By Biswanath Dash  

BHUBANESWAR:  Ref: Laxmisagar PS Case No-134 dtd.28.03.2022, U/S-341/323/294/506/307/394 IPC/25/27 Arms Act.PO:  At Jyoti Filing station, Jharapada, PS- Laxmisagar, Bhubaneswar UPD.

Gist of the FIR:

ଗତ ୨୮.୦୩.୨୦୨୨ ରିଖରେ ଅଭିଯୋଗକାରୀ ଶିପୁନ ଖୁଣ୍ଟିଆଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ଟୁକୁନା କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକା ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଝାରପଡା ଜ୍ୟୋତି ଫିଲିଂ ଷ୍ଟେସନ୍ ରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଗତ ବର୍ଷ ତା ୨୮.୦୩.୨୦୨୨ ରିଖରେ ଅଭିଯୁକ୍ତ ଟୁକୁନା ଗୋଟିଏ ଟାଭେରା ଗାଡିକୁ ଫିଲିଂ କରିବା ପାଇଁ ଆସିଥିଲେ । ଅଭିଯୋଗକାରୀ, ଅଭିଯୁକ୍ତ ଟୁକୁନାଙ୍କୁ ଗାଡିଟିକୁ ଧାଡ଼ି ରେ ଆଣିବା ପାଇଁ ଅନୁରୋଧ କରିବାରୁ ସେ ଗାଡ଼ିରୁ ବାହାରି ଆସି ତାଙ୍କୁ ଗାଳି ଗୁଲଜ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାକୁ ବିରୋଧ କରିବାରୁ ଟୁକୁନା ବାଧ୍ୟ ହୋଇ ଧାଡିରେ ଆସିଥିଲେ ଏବଂ ପେଟ୍ରୋଲ ପକେଇ ସାରି ଯିବା ବେଳେ ଅଭିଯୋଗକାରୀଙ୍କୁ ଧମକ ଦେଇଥିଲେ । ଅଭିଯୋଗକାରୀ ଏଥିରେ ଭୟଭୀତ ହୋଇ ତାଙ୍କର ସାଙ୍ଗ ଙ୍କୁ ଫୋନ କରି ତାଙ୍କୁ ନେବାକୁ ଆସିବା ପାଇଁ କହିଥିଲେ । ପ୍ରାୟ ୧୫ ମିନିଟ ପରେ ତାଙ୍କର ସାଙ୍ଗ ବିଶ୍ବଜିତ,ଏବଂ ଅନ୍ୟ କିଛି ସାଙ୍ଗ ଓ ଭାଇ ରାଜାଙ୍କ ସହିତ ଘଟଣା ସ୍ଥଳକୁ ଆସିଥିଲେ ।

ସେହି ସମୟରେ ଅଭିଯୁକ୍ତ ଟୁକୁନା ତାଙ୍କର ୨ ଜଣ ସହଯୋଗୀଙ୍କୁ ଉକ୍ତ ସ୍ଥାନକୁ ଆସିବା ପାଇଁ କହିବାରୁ ସେମାନେ ଏକ ମୋଟରସାଇକେଲରେ କିଛି ସମୟରେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଅଭିଯୁକ୍ତ ଟୁକୁନା ଓ ତାଙ୍କର ସହଯୋଗୀ ଅଭିଯୋଗକଇଁକ ସାଙ୍ଗ ବିଶ୍ବଜିତ ଙ୍କୁ ନିକଟକୁ ଡ଼ାକିଥିଲେ ଏବଂ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ । ବିଶ୍ବଜିତ କୌଶଳ କ୍ରମେ ତାଙ୍କର କବଳରୁ ଖସି ପଳାଇବାକୁ ଚେଷ୍ଠା କରୁଥିବା ବେଳେ ଅଭିଯୁକ୍ତ ଟୁକୁନା ଙ୍କ ସହଯୋଗୀ, ବିଶ୍ବଜିତଙ୍କୁ ଜୀବନରୁ ମାରିଦେବାର ଉଦେଶ୍ୟ ନେଇ ୨ ରାଉଣ୍ଡ ବୁଲେଟ ଫାୟାର କରିଥିଲେ । ସୌଭାଗ୍ୟବସତ୍ତ ଗୁଳି ଟି ବିଶ୍ବଜିତଙ୍କ ଡାହାଣ ଗୋଡରେ ବାଜିଥିଲା ଏବଂ ସେ ସେହି ସ୍ଥାନରେ ପଢିଯାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଟୁକୁନା, ବିଶ୍ବଜିତଙ୍କ ନିକଟକୁ ଆସିଥିଲେ ଏବଂ ତାଙ୍କ ନିକଟରୁ ମୋବାଇଲ ଫୋନ ଛଡାଇ ନେଇ ଚାଲି ଯାଇଥିଲେ ।

ଲକ୍ଷ୍ମୀସାଗର ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଟୁକୁନା ଏବଂ ତାଙ୍କର ସହଯୋଗୀ ଗିରଫ ନ ହେବା ପାଇଁ ଫେରାର ହୋଇଯାଇଥିଲେ । ଏହି ମାମଲାର ତଦନ୍ତ ଚାଲୁ ରହିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଟୁକୁନା କୁ କେନାଲ ରୋଡ଼ ନିକଟରୁ କାବୁ କରି ଥାନାକୁ ଆଣିଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ତାଙ୍କର ଅପରାଧ ସ୍ଵୀକାର କରିଥିଲେ । ତଦନ୍ତ ଶେଷରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:Tukuna Behera(27), S/o- Banchhanidhi Behera, At- Rabigadia, PS- Odagaon, Dist- Nayagarh, At/pr- Press colony, near Rikshaw colony, PS- Kharvelnagar, BBSR UPD.

Seizure:-One Tavera vehicle and Two numbers of empty fire case.

LEAVE A REPLY

Please enter your comment!
Please enter your name here