ୱାକଫ୍ ବୋର୍ଡକୁ ଜମି ଲୁଣ୍ଠନର ଲାଇସେନ୍ସ ଦେଇଥିଲା କଂଗ୍ରେସ, ୱାକଫ୍ ବିଲ ସଂଶୋଧନ ଆଇନ ବିଷୟରେ ବୁଝାଇବାକୁ ଲୋକଙ୍କ ପାଖକୁ ଯିବ ବିଜେପି, ଗାଁରେ ଯେଉଁ ଜମି ଦେଖୁଥିଲେ ତାକୁ ୱାକଫ୍ ବୋର୍ଡ କବ୍‌ଜା କରି ନେଉଥିଲା-ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀର ଓରାମ

0
361

By Our Correspondent

BHUBANESWAR:ଏପ୍ରିଲ ୨ ଏକ ବଡ ଐତିହାସିକ ଦିନ ଅଟେ । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସାଂସଦରେ ୱାକଫ ବିଲ୍ ପାରିତ ହୋଇଛି । ଦେଶ ଓ ଲୋକଙ୍କ ହିତ ପାଇଁ ଏହି ବିଲ୍ ପାରିତ କରାଯାଇଛି । ଏହି ଐତିହାସିକ ନିଷ୍ପତିକୁ ଦେଶବାସୀ ସ୍ୱାଗତ କରିଛନ୍ତି । ଏହି ବିଲ୍ ପାରିତ ହେବା ଫଳରେ ୱାକଫ ଅନ୍ତର୍ଗତ ଦୁରୁପଯୋଗ ହେଉଥିବା ସମ୍ପତିକୁ ରକ୍ଷା କରାଯାଇ ପାରିବ । ଓା୍ୱକଫ୍ ବିଲ୍ ପାରିତ ହେବା ଦ୍ୱାରା ଗରିବ ମୁସଲମାନ ଓ ମହିଳାମାନେ ଆଗକୁ ବଢିପାରିବେ ।

ଏହି ବିଲ୍‌କୁ ପାରିତ କିରଥିବାରୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୀଙ୍କୁ ଧନ୍ୟବାଦ । ଓଡିଶା, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜୁରାଟ, ଝାଡଖଣ୍ଡ ଭଳି ଜନଜାତିବହୁଳ ରାଜ୍ୟବାସୀମାନେ ବିଶେଷ ଲାଭାନ୍ୱିତ ହେବେ ।ଏହି ସଂଶୋଧନ ବିଲ୍ ବିଷୟରେ ବୁଝାଇବାକୁ ଲୋକଙ୍କ ପାଖକୁ ବିଜେପି ଯିବ ବୋଲି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସମୀର ଓରାମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ଓରାମ କହିଛନ୍ତି ଯେ, ୱାକଫ ଅଧିନରେ ପର୍ଯ୍ୟାପ୍ତ ପରିମାଣର ସମ୍ପତି ଥାଇ ମଧ୍ୟ କଂଗ୍ରେସ କେବେବି ଗରିବ ଲୋକଙ୍କ ଉତଥାନର କଥା ଚିନ୍ତା କରିନଥିଲା । ମୁସଲିମ୍ ସମୁଦାୟ ଲୋକଙ୍କୁ ସମାଜର ମୂଖ୍ୟ ଧାରାରେ ଆଣିବା ପାଇଁ ଚେଷ୍ଟା ନକରି କେବଳ କେବଳ ଭୋଟବ୍ୟାଙ୍କ ଭଳି ସଦାବେଳେ ବ୍ୟବହାର କରୁଥିଲା । ମୁସ୍‌ଲିମ ସମ୍ପ୍ରଦାୟର ଗରୀବ, ଖଟିଖିଆ ଓ ମହିଳାଙ୍କୁ କେବେ ଆଗକୁ ଯିବାକୁ ୱାକଫ୍ ବୋର୍ଡ ଦେଉନଥିଲା । ଏହା ସତ୍ୱେ ୱାକଫ୍ ବୋର୍ଡକୁ ଜମି ଲୁଣ୍ଠନର ଲାଇସେନ୍ସ ଦେଇଥିଲା କଂଗ୍ରେସ ।
ଫଳରେ ଯେଉଁ ଜମି ଦେଖୁଥିଲେ, ତାକୁ ୱାକଫ୍ ବୋର୍ଡ କବ୍‌ଜା କରି ନେଉଥିଲା । ସାମୁହିକ, ସାଂସ୍କୃତିକ ଓ ଧାର୍ମିକ ସମ୍ପତି ଉପରେ ବି ୱାକଫ୍ ବୋର୍ଡର ଲୋଲୁପ ଦୃଷ୍ଟି ପଡିଥିଲା । କଂଗ୍ରେସର ଯୋଗୁ ଅନ୍ୟ ଧର୍ମାବଲମ୍ବୀର ବହୁ ଲୋକେ ପ୍ରଭାବିତ ହେଉଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ କଂଗ୍ରେସର ଏହି ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି ।
ଏବେ ଜନଜାତିଙ୍କ ଜମି ଉପରେ ବି କେହି ଦୃଷ୍ଟି ପକେଇ ପାରିବେନାହିଁ । ଏସମ୍ପର୍କରେ ଓଡିଶାର ୩୩ଟି ଜନଜାତିବହୁଳ ବିଧାନସଭାମଣ୍ଡଳୀ ସମେତ ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି କରାଯିବ । ୨୦ ଏପ୍ରିଲରୁ ୫ ମେ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଶ୍ରୀ ଓରାମ୍ କହିଛନ୍ତି ।
ଏହି ଅବସରରେ ଏସଟି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ୱାକଫ ବୋର୍ଡ ସଂଶୋଧନ ବିଲ୍ ରାଜ୍ୟ ସଂଯୋଜକ ଅଶୋକ ମିଶ୍ର, ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରବିନ୍ଦ୍ର ଭାଇ ଗୋମୋତ, ଏସଟି ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ମମତା ନାୟକ, ରାଜ୍ୟ ସଂପାଦକ ଧୃବ କାଲୋ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here