୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ରେ ଓଡ଼ିଶାର ପ୍ରଥମ ସ୍ବର୍ଣ୍ଣ ପଦକ, ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦଣ୍ଡପତି ଜୟରାମକୁ ମିଳିଲା ସ୍ବର୍ଣ୍ଣ ପଦକ, ଜୟରାମଙ୍କ ସ୍ୱର୍ଣ୍ଣିମ ବିଜୟ ଅନେକ ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣାର ଉତ୍ସ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

0
117

By Our Correspondent

BHUBANESWAR:   ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଚାଲିଥିବା ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ରେ ଆଜି ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦଣ୍ଡପତି ଜୟରାମ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି।

ଜୟରାମଙ୍କ ଏହି ବିଜୟ ପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ ଠାରେ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଆଗାମୀ ଦିନରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାମାନଙ୍କରେ ନିଜର ଏହି ବିଜୟଗାଥା ଜାରି ରଖିବାକୁ ସେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ।

ଏଥିସହ ଜୟରାମଙ୍କ ଏହି ସ୍ୱର୍ଣ୍ଣିମ ବିଜୟ ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ଯୋଗାଇବା ସହ କ୍ରୀଡ଼ାକ୍ଷେତ୍ରରେ ନିଜର ଭବିଷ୍ୟତ ଗଠନ କରିବା ପାଇଁ ସମସ୍ତ ଯୁବ କ୍ରୀଡ଼ାବିତ୍‌ ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here