୩୦ ବର୍ଷର ସ୍ବପ୍ନ ପୂରଣ ହେଲା: ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଚୂଡାନ୍ତ ଜଙ୍ଗଲ ଅନୁମୋଦନ ମିଳିଲା, ୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ମିଳିଲା, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଲେ ମୁଖ୍ୟମନ୍ତ୍ରୀ

0
296
PM Modi -CM Majhi file

By Our Correspondent

BHUBANESWAR:  ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମି ରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ  ମଞ୍ଜୁରୀ ଦେଇଛି।

ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା।ଏହି ଅନୁମୋଦନ ପରେ ଜିଲ୍ଲାର କୃଷି ଓ କୃଷକଙ୍କ ହିତ ସାଧନ ପାଇଁ ଏହି ପ୍ରକଳ୍ପଟି ବରଦାନ ସଦୃଶ ହେବ ।

୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ  ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ଅନୁମତି ମିଳିଛି।ଏହାଦ୍ବାରା ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୨୩,୦୦୦ ହେକ୍ଟର ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇ ପାରିବ।

ସୂଚନା ଯୋଗ୍ୟ ଯେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ  ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏଥିପାଇଁ ସମ ପରିମାଣର ଅଣ ଜଙ୍ଗଲ ଅଞ୍ଚଳ ରେ କ୍ଷତି ପୂରକ ବନୀକରଣ ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ଅନୂପାଳନ କରାଯିବ।

 

LEAVE A REPLY

Please enter your comment!
Please enter your name here