By Our Correspondent
BHUBANESWAR: ୨୪ ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପକ୍ଷେତ୍ର . ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି.
ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଯଶେଲମେର ରୁ ବାହାରି ରୁ କୋଟା, ଗୁନା, ଦାମୋହ, ରାଏପୁର ରୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ସକ୍ରିୟ ଲଘୁଚାପର କେନ୍ଦ୍ର ମଧ୍ୟ ଦେଇ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି | ଏହା ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି.