୨୦ ତାରିଖରୁ କମିବ ତାତି, ୨୧ ରୁ ବଢିବ ବର୍ଷାର ବିସ୍ତୃତି ,  ୨୨ ରେ ବଢିବ ବର୍ଷା ର ପରିମାଣ

0
531

By Our Correspondent

BHUBANESWAR:  ୨୦ ତାରିଖରୁ କମିବ ତାତି .ଆଗାମୀ ୨୦ ଜୁନ ରୁ ପରବର୍ତୀ  ୨ଦିନ ମଧ୍ୟରେ  ଦିନ  ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି.

୨୧ ରୁ ବଢିବ ବର୍ଷାର ବିସ୍ତୃତି ,  ୨୨ ରେ ବଢିବ ବର୍ଷା ର ପରିମାଣ . ୨୧ ଜୁନ ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର  ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି.

ଗତକାଲି ରାଜଧାନୀ ଭୁବନେଶ୍ୱର ରେ ୨ ଟା ୩୦ ସୁଦ୍ଧା  ୩୩% ଆଦ୍ରତା ରେକର୍ଡ ହୋଇଥିବା ବେଳେ ଆଜି  ଏହି ସମୟରେ  ଗତକାଲି ତୁଳନାରେ  ୧୮% ଅଧିକ ଅର୍ଥାତ ୫୧% ରେକର୍ଡ ହୋଇଥିବାରୁ, ଗୁଳୁଗୁଳି ର ମାତ୍ରା ସାମାନ୍ୟ ଅଧିକ ରହିଛି.

ଆଜି ଦିନ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା

ପୁରୀ: ୭୮%, ପାରାଦୀପ:୭୭%, ଗୋପାଳପୁର:୭୫%, ବାଲେଶ୍ୱର:୭୩%, ଚାନ୍ଦବାଲି:୭୦%, ଭୁବନେଶ୍ୱର:୫୧%, କେନ୍ଦୁଝର:୪୭%, ହୀରାକୁଦ:୨୭%, ସମ୍ବଲପୁର: ୨୫%, ଝାରସୁଗୁଡା:୨୨%.

ଆଜି ଦିନ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ସମ୍ବଲପୁର: ୪୫.୪ ଡ଼ିଗ୍ରୀ, ଝାରସୁଗୁଡା: ୪୪.୪ ଡ଼ିଗ୍ରୀ, ହୀରାକୁଦ: ୪୪.୨ ଡ଼ିଗ୍ରୀ, ଭୁବନେଶ୍ୱର: ୪୦ ଡ଼ିଗ୍ରୀ, କେନ୍ଦୁଝର: ୩୯ ଡ଼ିଗ୍ରୀ, ଚାନ୍ଦବାଲି: ୩୬.୮ ଡ଼ିଗ୍ରୀ, ବାଲେଶ୍ୱର: ୩୪ ଡ଼ିଗ୍ରୀ, ଗୋପାଳପୁର: ୩୩.୮ ଡ଼ିଗ୍ରୀ, ପୁରୀ: ୩୩.୬ ଡ଼ିଗ୍ରୀ, ପାରାଦୀପ: ୩୩.୪ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here