୨୦୨୫ ଶେଷ ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ଟିବି ମୁକ୍ତ କରାଇବା ପାଇଁ ଶପଥ ପାଠ କରାଇଲେ କେନ୍ଦ୍ରମନ୍ତ୍ରୀ, ଜନଭାଗିଦାରୀରେ ଅନୁଗୋଳ ଜିଲ୍ଲାକୁ ସମୂଳେ ଟିବି ମୁକ୍ତ କରିବା – ଧର୍ମେନ୍ଦ୍ର ପ୍ରଧାନ

0
311

By Our Correspondent

BHUBANESWAR:   ୨୦୨୫ ଡିସେମ୍ବର ସୁଦ୍ଧା ଅନୁଗୋଳ ଜିଲ୍ଲାରୁ କ୍ଷକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ହେଲେ ଆମକୁ ଟିବି ମୁକ୍ତ ଭାରତ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ହେବ । ଜନଭାଗିଦାରୀରେ ହିଁ ଜିଲ୍ଲାରୁ ଟିବି ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ରବିବାର ଅନୁଗୋଳ ଠାରେ  ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଟିବି ମୁକ୍ତ ଭାରତ ଅଭିଯାନରେ ଯୋଗଦାନ ରଖିବା ପାଇଁ ସମବେତ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଭାରତକୁ ଟିବି ମୁକ୍ତ ନିର୍ମାଣ ପାଇଁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଟିବି ମୁକ୍ତ ଭାରତ ଅଭିଯାନ” ରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଯକ୍ଷ୍ମା ଏକ ଜଟିଳ ରୋଗ ନୁହେଁ । ଆଧୁନିକ ଚିକିତ୍ସା ଦ୍ୱାରା ଏହାର ନିରାକରଣ କରାଯାଇପାରିବ ।

ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୋଧରେ ସବୁଠାରୁ ମଜବୁତ୍ ଅସ୍ତ୍ର ଅଟେ । ଟିବି ରୋଗରେ ପୀଡିତ ଲୋକମାନେ ଏହି ରୋଗକୁ ଭୟ ନ କରି ସଚେତନ ହେବା ଦରକାର । ଜନଭାଗିଦାରୀରେ ହିଁ ଟିବି ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିବ । ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଟିବି ରୋଗୀଙ୍କ ସେବାରେ କାର୍ଯ୍ୟରତ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଅନେକ ସାମାଜିକ ସଂଗଠନ ସହଯୋଗୀ ହୋଇଛନ୍ତି । ସ୍କୁଲରୁ କଲେଜ ସ୍ତରରେ ଏବଂ ସର୍ବସାଧାରଣ କେନ୍ଦ୍ରମାନଙ୍କରେ ଏହା ଉପରେ ସଚେତତନା ହେବା ଦରକାର ।

ଏହି କାର୍ଯ୍ୟକ୍ରମରେ ନିକ୍ଷୟ ମିତ୍ରରେ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଥିବା ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଗାର୍ଗୀଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ସେବା ମନୋଭାବକୁ ପ୍ରଶଂସା କରି ସେ କହିଥିଲେ ଗାର୍ଗୀ ସ୍ୱେଚ୍ଛାକୃତ ଭାବରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ “ନିକ୍ଷୟ ମିତ୍ର”ରେ ସାମିଲ ହୋଇ ଟିବି ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିଛନ୍ତି । ଟିବି ରୋଗୀଙ୍କ ଦାୟିତ୍ୱ ନେଇ ସେ ସମାଜରେ ସେବା ମନୋଭାବର ଏକ ଉଦାହରଣ ସୃଷ୍ଟି କରିଛି । ଗାର୍ଗୀଙ୍କ ପରି ଦୃଢ଼ ଇଚ୍ଛାଶକ୍ତି ଓ ସେବା ପ୍ରତିବଦ୍ଧତାର ମାନସିକତା ରଖୁଥିବା ପିଲାମାନେ ହିଁ ସମାଜରୁ ଯକ୍ଷ୍ମା ଭଳି ରୋଗକୁ ଦୂର କରିପାରିବେ । ଶ୍ରୀ ପ୍ରଧାନ ଗାର୍ଗୀର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ କାର୍ଯ୍ୟରତ ଆଶାଦିଦିମାନଙ୍କୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।

 

LEAVE A REPLY

Please enter your comment!
Please enter your name here