୧୬ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ସକ୍ରିୟ ସଦସ୍ୟ ଅଭିଯାନ ପ୍ର୍ରକ୍ରିୟା, ପ୍ରାଥମିକ ସଦସ୍ୟ ଅଭିଯାନ ସଂଗ୍ରହ ଜାରି ରହିବ- ଦିଲୀପ ମଲ୍ଲିକ

0
39

By Our Correspondent

BHUBANESWAR:   ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଚାଲୁଥିବା ଏହି ଦଳରେ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ପ୍ରତି ୬ ବର୍ଷରେ ସଦସ୍ୟ ସଂଗ୍ରହ କରାଯାଏ । ପ୍ରଥମେ ପ୍ରାଥମିକ ସଦସ୍ୟ ହେବା ପରେ କାର୍ଯ୍ୟକର୍ତାମାନେ ସକ୍ରିୟ ସଦସ୍ୟ ହୁଅନ୍ତି ।

ଏହାପରେ ବୁଥ୍‌ରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟସ୍ତରୀୟ କମିଟି ନିର୍ବାଚନ ହୁଏ । ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି । ୧୬ ତାରିଖରୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣର ପ୍ରକ୍ରିୟା ଚାଲୁ ରହିବ । ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ । ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି ।

ଅନ୍‌ଲାଇନ୍‌ରେ ଫୋନ ନଂ.୮୮୦୦୦୦୨୦୨୪ରେ ମିସ୍ କଲ୍ ମାଧ୍ୟମରେ ସଦସ୍ୟ ସଂଗ୍ରହ କରାଯାଉଥିôବାବେଳେ ଅଫ୍‌ଲାଇନ୍ ମାଧ୍ୟମରେ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ପ୍ରତ୍ୟେକ ବୁଥ୍‌କୁ ଆବଶ୍ୟକ ପରିମାଣର ସଦସ୍ୟ ପୁସ୍ତିକା ଦିଆଯାଇଛି । ଏସବୁ ପୁସ୍ତିକା ବୁଥ୍‌ଗୁଡ଼ିକରୁ ଫେରି ନ ଥିବାରୁ ମୋଟ ସଦସ୍ୟ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ବିଜେପି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଉତ୍ସାହିତ ହୋଇ ଅଧିକରୁ ଅଧିକ ଜନସାଧାରଣ ଦଳରେ ସାମିଲ ହେଉଛନ୍ତି । ବିଜେପିକୁ ଭଲ ପାଉଥିôବା ସମସ୍ତ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରାଥମିକ ସଦସ୍ୟ ଅଭିଯାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଏକ ପ୍ରେସ୍ ବାର୍ତାରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଆସନ୍ତା ୨୧ ତାରିଖରେ ଦଳର କେନ୍ଦ୍ରୀୟ କମିଟି ଆଗାମୀ ଦିନର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ । କେନ୍ଦ୍ରୀୟ କମିଟି ପକ୍ଷରୁ ନିର୍ଦ୍ଧାରିତ ହେଲାପରେ ଦଳରେ କେବେ ଓ କେଉଁଭଳି ଭାବେ ସାଙ୍ଗଠନିକ ନିର୍ବାଚନ ହେବ ସେସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ।

 

 

LEAVE A REPLY

Please enter your comment!
Please enter your name here