By Our Correspondent
BHUBANESWAR: ଆଜି ୧୨ ଜଣ ପିଲା ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ରୋଡ ରେଲୱେ ଷ୍ଟେସନ ଠାରେ ଉଦ୍ଧାର କରଜାଇଛନ୍ତି।
ଘଟଣାରୁ ପ୍ରକାଶ ୧୫୨୨୮ ନମ୍ବର ଯଶୋବନ୍ତ ପୂର୍ ଏକ୍ସପ୍ରେସ ରେ ବିହାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଜଣ ପିଲା ବାଙ୍ଗାଲୋର କୁ କାମ କରିବା ପାଇଁ ଚାଲାଣ କରାଯାଉଥିବା ବେଳେ ଋଚିକା ସମାଜ ମଙ୍ଗଳ ସଂଗଠନର କାର୍ଯ ନିର୍ବାହୀ ଅଧିକାରୀଙ୍କ ସୂଚନା କ୍ରମେ ରୂଚିକା ର ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ କର୍ମକର୍ତ୍ତା , ଚାଇଲ୍ଡ ହେଲ୍ପ ଲାଇନ ଓ ରେଲୱେ ପୋଲିସର ଏକ ମିଲିତ ଟିମ୍ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଆଜି ସକାଳ ୯ ଘଟିକା ସମୟରେ ଉଦ୍ଧାର କରିଛନ୍ତି।
























