୧୦ ଡିସେମ୍ବରରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବର୍ବୋରଚିତ ଆକ୍ରମଣ ବିରୋଧରେ ହିନ୍ଦୁ ସୁରକ୍ଷା ମଂଚ ତରଫରୁ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା

0
41

By Our Correspondent

BHUBANESWAR:  ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ କଠୋରପନ୍ଥୀ ଇସ୍ଲାମିକ ସଂଗଠନ ଦ୍ୱାରା ବର୍ବୋରଚିତ ଆକ୍ରମଣ ଦିନକୁ ଦିନ ବଢିଚାଲିଛି । ବାଂଲାଦେଶରେ ହିନ୍ଦୁ ନାରୀମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଉଛି, ହିନ୍ଦୁ ମଠ ମନ୍ଦିରଗୁଡିକୁ ଭାଙ୍ଗିରୁଜି ନଷ୍ଟ ଭ୍ରଷ୍ଟ କରାଯାଉଛି ।

ବାଂଲାଦେଶର ମୁସଲମାନ ଆତଙ୍କବାଦୀଙ୍କର ଏହି କାର୍ଯ୍ୟକଳାପକୁ ବିରୋଧକରି ହିନ୍ଦୁ ସୁରକ୍ଷା ମଂଚ,ଭୁବନେଶ୍ୱର ତରଫରୁ ଏକ ବିଶାଳ ପ୍ରତିବାଦ ସଭା,୧୦ ଡିସେମ୍ବର ୨୦୨୪,ମଙ୍ଗଳବାର,ପ୍ରାତଃ ୧୧ ଘଟିକା ସମୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ସମ୍ମୁଖରେ ଅନୁଷ୍ଠିତ ହେବ ।

ଏହି ପ୍ରତିବାଦ ସଭାରେ ଗାୟତ୍ରୀ ପରିବାର, ଇସ୍କନ ପରିବାର, ଅନୁକୂଳ ଚନ୍ଦ୍ର, ରାମକୃଷ୍ଣ ମିଶନ, ଆର୍ଯ୍ୟ ସମାଜ, ସତ୍ୟସାଇ ଟ୍ରଷ୍ଟ, ଡିଭାଇନ ଲାଇଫ ସୋସାଇଟ, ପତଞ୍ଜଳୀ ଯୋଗ ସଂସ୍ଥାନ, ପ୍ରଜ୍ଞାନ ମିଶନ, ଭାରତ ଯୋଗ ସଂସ୍ଥାନ ଆଦି ସଂଗଠନର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ  ୧୦ ହଜାରରୁ ଉର୍ଦ୍ଧ୍ୱ ହିନ୍ଦୁ, ବିଭିନ୍ନ ମତ, ପନ୍ଥ, ସଂପ୍ରଦାୟର ମୁଖିଆ,ସାଧୁସନ୍ଥ ଓ ହିନ୍ଦୁ ସଂଗଠନ ଗୁଡିକ ଭାଗନେଇ ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟର କ୍ୟାଂଟିନ ଛକରେ ପହଁଚିବା ପରେ  ସାଧୁସନ୍ଥଙ୍କ ଏକ ପ୍ରତିନିଧି ଦଳ ଓଡିଶାର ରାଜଭବନକୁ ଯାଇ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ  ଭାରତର ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ମିଳିତ ଜାତିସଂଘର ସଂପାଦକଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିବାର  କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ସୁରକ୍ଷା ମଂଚ ତରଫରୁ ପ୍ରକାଶ କରାଯାଇଛି ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ଭୁବନେଶ୍ୱରର ସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ରଥ ଓ ମଂଚର ସଂଯୋଜକ ଜୟକୃଷ୍ଣ ପୃଷ୍ଟି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here