ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ , ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0
41

By Our Correspondent

BHUBANESWAR:   ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଜନତା ମଇଦାନଠାରେ ୧୯ ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଶୁଭ ଉଦଘାଟନ କରିଛନ୍ତି।

ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି।

ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here