ହରିୟାଣାର କୁରୁକ୍ଷେତ୍ରରେ ଆରମ୍ଭ ହୋଇଛି ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ, ଷ୍ଟେଟ୍ ପାର୍ଟନର ଭାବେ ଓଡ଼ିଶା ଯୋଗଦେଇଛି

0
87

By Our Correspondent

BHUBANESWAR:   ହରିୟାଣାର କୁରୁକ୍ଷେତ୍ରରେ ଆରମ୍ଭ ହୋଇଛି ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ। ଚଳିତ ବର୍ଷ ପାର୍ଟନର ଦେଶ ଭାବେ ତାଞ୍ଜାନିଆ ଯୋଗଦେଇଥିବା ବେଳେ ଷ୍ଟେଟ୍ ପାର୍ଟନର ଭାବେ ଓଡ଼ିଶା ଯୋଗଦେଇଛି। ଏହି ମହୋତ୍ସବ ପରିସରରେ ଆଜି “ଓଡ଼ିଶା ମଣ୍ଡପ” ଉଦ୍‌ଘାଟିତ ହୋଇଛି।

ଏହି ମଣ୍ଡପରେ ଓଡ଼ିଶାର ଗୌରବମୟ ଇତିହାସ, କଳା, ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହୋଇଛି। ପ୍ରସିଦ୍ଧ ପଟ୍ଟଚିତ୍ର, ଚାନ୍ଦୁଆ, ରୌପ୍ୟ ତାରକସି କାର୍ଯ୍ୟ ଏବଂ ବିଭିନ୍ନ କାରୁକାର୍ଯ୍ୟକୁ ମଧ୍ୟ ସ୍ଥାନିତ କରାଯାଇଛି।

ଏଥିସହ ଓଡ଼ିଶାର ହସ୍ତତନ୍ତ, ବୟନ, ସମ୍ବଲପୁରୀ ଇକତ, ପାଟଶାଢୀ, ଟସର ସିଲ୍କ ଆଦିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି।

 

LEAVE A REPLY

Please enter your comment!
Please enter your name here