ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାସ ଦିବସରୁ ବୃକ୍ଷ ଚାରା ରୋପଣ-ଅଗଷ୍ଟ ୧୫ ସୁଦ୍ଧା ୧୦ ଲକ୍ଷ ଚାରା ରୋପଣ କରିବ କୃଷକ ମୋର୍ଚ୍ଚା: ମହେଶ୍ୱର ସାହୁ

0
232

By Our Correspondent

BHUBANESWAR:ମହାନ ସ୍ୱାଧୀନତା ସଂଗ୍ରମାୀ ତଥା ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ। ଦେଶର ବିକାଶ, ସାମାଜିକ ନୀତି, ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ରାଷ୍ଟ୍ରୀୟ ଏକତା ପାଇଁ ସେ ସଂକଳ୍ପବଦ୍ଧ ଥିଲେ। ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି।

ଦେଶ ପାଇଁ ତାଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ ଡ. ମୁଖାର୍ଜୀଙ୍କ ବଳିଦାନ ଦିବସ ଜୁନ ୨୩ ତାରିଖରୁ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଓଡିଶାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଲକ୍ଷ ବୃକ୍ଷ ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ କୃଷକ ମୋର୍ଚ୍ଚାର ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଡ. ଜଗନ୍ନାଥ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜୟଲକ୍ଷ୍ମୀ ମହାନ୍ତି, କୌଶିକ ଚାନ୍ଦ, ରାଜକିଶୋର ମେଣ୍ଡେଲୀ, ସୁମନ୍ତ କୁମାର ମହାରଣା, ମଧୁସୂଦନ ଶର୍ମା, ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ବୃକ୍ଷଚାରା ରୋପଣ କମିଟି ଗଠନ କରାଯାଇଛି।
ଏଥିସହ ୩୬ ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି। ଜିଲ୍ଲାସ୍ତରୀୟ କମିଟିରେ ୩ ଜଣ ଲେଖାଏଁ ସଦସ୍ୟ ରହିବେ ବୋଲି ନିଷ୍ପତି ହୋଇଛି। ଏହି କମିଟି ଆଗାମୀ ୫୦ଦିନ ମଧ୍ୟରେ ଓଡ଼ିଶାର ସମସ୍ତ ଗ୍ର୍ରାମରେ ବ୍ୟାପକ ଚାରା ରୋପଣ କରିବ ବୋଲି ଶ୍ରୀ ସାହୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here