ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୩ତମ ବଳିଦାନ ଦିବସ-ସ୍ୱର୍ଗତଃ ମୁଖାର୍ଜୀଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି,ସ୍ୱର୍ଗତଃ ମୁଖାର୍ଜୀ ହେଲେ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ: ମନମୋହନ ସାମଲ

0
270

By Our Correspondent

BHUBANESWAR:ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ହେଲେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ତାଙ୍କ ବଳିଦାନ ଦିବସ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ଓ ପ୍ରତିବଦ୍ଧତାର ଦିନ । ସେ ଦେଶର ରାଜନୀତିରେ ମୋଡ଼ ପରିବର୍ତନ କରିଥିଲେ । ସ୍ୱର୍ଗତଃ ମୁଖାର୍ଜୀଙ୍କ ପାଇଁ ଦେଶ ଥିଲା ସର୍ବୋପରି । ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି । ସେ ଥିଲେ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ ବୋଲି ୭୩ତମ ବଳିଦାନ ଦିବସରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଛନ୍ତି  ଯେ, ଡ. ମୁଖାର୍ଜୀଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶ ଆଜି ଏଭଳିସ୍ଥିତିରେ ପହଂଚିଛି । ଦେଶର ବିକାଶ, ସାମାଜିକ ନୀତି, ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ରାଷ୍ଟ୍ରୀୟ ଏକତା ପାଇଁ ସେ  ସଂକଳ୍ପବଦ୍ଧ ଥିଲେ ।  ଶିକ୍ଷା ମାଧ୍ୟମରେ ଦେଶର ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟତା, ଜାତୀୟତାବାଦ ଓ ଦେଶଭକ୍ତି ବଢେଇବା  ସହ ପୂର୍ବତନ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତନ ଉପରେ ଡ. ମୁଖାର୍ଜୀ ଜୋର ଦେଇଥିଲେ ।
ସେ ଜଣେ ବିଶିଷ୍ଟ ରାଜନେତା ହେବା ସହ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ସେ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ । ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରି ଏକ୍ ଦେଶ୍ ମେଁ ଦୋ ବିଧାନ୍‌, ଦୋ ପ୍ରଧାନ୍ ଔର ଦୋ ନିଶାନ୍ ନହିଁ ଚଲେଙ୍ଗେ” ବୋଲି କହି ବିନା ପର୍‌ମିଟରେ “କାଶ୍ମୀର ଚଲୋ” ଆହ୍ୱାନ ଦେଇଥିଲେ । ଯେତେବେଳେ କଂଗ୍ରେସ ଦଳ ତିଆରି କରାଗଲା, ସେତେବେଳେ ତା’ବିରୋଧରେ ସଠିକ ତଥ୍ୟ  ଦେବା, ଦୃଢ଼ତାର ସହ ଛିଡ଼ା ହେବା, ଭୁଲ୍‌କୁ ଭୁଲ୍ ବୋଲି କହି ଦେଶ ପାଇଁ ମାର୍ଗଦର୍ଶକ ସାଜିଥିଲେ । ମୁଖାର୍ଜୀ ଯେତେବେଳେ ସଂସଦରେ ଛିଡ଼ା ହୋଇ ପ୍ରଶ୍ନ କରୁଥିଲେ, ସେତେବେଳେ ଉତର ଦେବା ପାଇଁ  ପଣ୍ଡିତ ଜବାହାରଲାଲ୍ ନେହେରୁ ମଧ୍ୟ ନୈତିକ ସାହାସ କରୁ ନ ଥିଲେ । ନେହେରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ କ୍ଷମତାରୁ ବଳିଦାନ ଦେଇଥିଲେ । ଦେଶବାସୀଙ୍କ ସେବାରେ ସେ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ । ଲୋକଙ୍କ ମନ ଭିତରେ ସେ ଯେଉଁ ଆତ୍ମବିଶ୍ୱାସ ଭରିଥିଲେ ତାହାକୁ ଲୋକେ ସବୁ ଦିନ ପାଇଁ ମନେ ରଖିବେ ।
ତାଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ବିଜେପି ଆଜି ରୁଦ୍ଧିମନ୍ତ ହୋଇଛି । ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଜନସଂଘ ପରବର୍ତୀ ସମୟରେ ବିଜେପି ଭଳି ବିଶାଳ ରାଜନୈତିକ ଦଳରେ ପରିଣତ ହୋଇଛି ।
ଏବେ ସାରା ଦୁନିଆ ବିଜେପିର ବିଶ୍ୱରୂପ ଦେଖୁଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଚାରଧାରା ଆଗରେ ରଖି ନିଷ୍ଠା, ତପସ୍ୟା ଓ ଆତ୍ମବିଶ୍ୱାସ ବଳରେ ଦଳ ଆଜି ଏହି ସ୍ଥାନରେ ପହଂଚି ପାରିଛି । ଦଳର ବିଚାରଧାରା ଆଜି ସବୁଠି  ଆଦୃତ ଓ ଗ୍ରହଣଯୋଗ୍ୟ ହୋଇଛି । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ଫଳରେ ଡ.ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ବିକଶିତ ଦେଶ ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ସମସ୍ତଙ୍କୁ  ପ୍ରୟାସ କରିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ ।
 ବୁଦ୍ଧିଜୀବୀ ପ୍ରକୋଷ୍ଟର ଆବାହକ ସୁଦର୍ଶନ ନାୟକ ମଂଚ ପରିଚାଳନା କରିଥିବାବେଳେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ନଗର ଉନ୍ନୟନ ମନ୍ତ୍ରୀ ତଥା ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଳ୍ଳିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବଳିଦାନ ଦିବସ ଉପଲକ୍ଷେ  ଆଜି ସକାଳେ ଭୁବନେଶ୍ୱରସ୍ଥିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ବିଜେପି ନେତୃବୃନ୍ଦ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ସାମଲ ଚାରାରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମନ୍ତ୍ରୀ କୃଷ୍ରଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଉପସଭାପତି ଗେ।।ଲକ ମହାପାତ୍ର, ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅରବିନ୍ଦ ଢ଼ାଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here