ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ, ତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀ ଆବଶ୍ୟକତା ଆଧାରିତ ହେବ

0
347
ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ, ତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀ ଆବଶ୍ୟକତା ଆଧାରିତ ହେବ

By Our Correspondent

NEW DELHI/BHUBANESWAR:   କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି । ଏହି ଏନସିଏଫ୍ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆଜି ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ଓଭରସାଇଟ କମିଟି ଏବଂ ଦ ନ୍ୟାସନାଲ ସିଲାବସ ଆଣ୍ଡ୍ ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ କମିଟିର ପ୍ରଥମ ଯୁଗ୍ମ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସ୍କୁଲ ଶିକ୍ଷା ପାଇଁ ଏନସିଏଫ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପାଇଁ ଥିବା କଳ୍ପନା ଓ ଭାରତୀୟ ଜ୍ଞାନ ପ୍ରଣାଳୀର ବିଚାରକୁ ଏକୀକରଣ କରିବା ଦିଗରେ ଏକ ଅନ୍ୟତମ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି -୨୦୨୦ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରଫେସର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ୫+୩+୩+୪ ଢାଞ୍ଚାରେ ସ୍କୁଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏହି ଫ୍ରେମଓ୍ୱାର୍କ ପ୍ରାଥମିକରୁ ମାଧ୍ୟମିକ ଶିକ୍ଷା ସ୍ତର ପର୍ଯ୍ୟନ୍ତ ଶିକ୍ଷା ଆହରଣ ଯାତ୍ରାକୁ ପ୍ରାଥମିକତା ଦେଉଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖିଛି । ବୈଶ୍ୱିକ ଦାୟିତ୍ୱବୋଧକୁ ପୂରଣ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ,ଯାହା ଭାରତ ସମେତ ବିଶ୍ୱ ସମ୍ପ୍ରଦାୟର ଆକାଂକ୍ଷାକୁ ପୂରଣ କରୁଥିବ । ଆଗାମୀ ଶିକ୍ଷା ବର୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଆଧାରିତ ହେବ ଏବଂ ପିଲା ମାନଙ୍କୁ ମୂଳପାଠ ସହ ଯୋଡିହେବା ସହ ଭବିଷ୍ୟତଗାମୀ କରାଇବ ବୋଲି ସେ କହିଛନ୍ତି ।   

ଏହାବ୍ୟତିତ ଆଉ ଏକ ପୃଥକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଆନୁଆଲ କାପାସିଟି ବିଲଡିଂ ପ୍ଲାନ ଏବଂ ଇଣ୍ଡକ୍ସନ ଟ୍ରେନିଂ ମଡ୍ୟୁଲ (ଏମଏସଡିଇ) ଏବଂ ଟ୍ରେନିଂ ମୋଡ୍ୟୁଲ ଫର୍ ଡାରେକ୍ଟର (ଡିଓଏଚଇ)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର କାପାସିଟି ବିଲଡିଂର ମହତ୍ତ୍ୱ କଣ ? ଆଜିର ଯୁବବର୍ଗଙ୍କ ଆବଶ୍ୟକତା, ଆକାଂକ୍ଷା, ଆଶା ପ୍ରତିଟି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି । ସେମାନଙ୍କ ପାଇଁ ନୀତି  ଓ ପ୍ରୋଗ୍ରାମ ବନାଇବା ସହଜ ନୁହେଁ । ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ କାପାସିଟି ବିଲଡିଂ ମୋଷ୍ଟ ଚ୍ୟାଲେଞ୍ଜିଂ କାମ । ଆତ୍ମଚିନ୍ତନକୁ ମ୍ୟାପିଂ କରିବା ତଥା ତାହାର କ୍ୟାପାସିଟି କଣ ଲାଗିବ, ତାହା ହିଁ ଚ୍ୟାଲେଞ୍ଜ । ଏହି ପଦକ୍ଷେପ ପ୍ରଶଂସନୀୟ । ଏହା କ୍ରୟାନ୍ୱୟନ ହେବା ଦରକାର । ଏହାକୁ ଅଭ୍ୟାସ କଲେ ହିଁ ଫଳପ୍ରଦ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here