ସେପ୍ଟେମ୍ବର ମାସରେ ଆଜି ସୁଦ୍ଧା ୨୧୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୩୭.୩ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ ରହିଛି

0
312

By Our Correspondent

BHUBANESWAR: ସେପ୍ଟେମ୍ବର ମାସରେ ଆଜି ସୁଦ୍ଧା ୨୧୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୩୭.୩ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ ରହିଛି .ଏପର୍ଯ୍ୟନ୍ତ ସେପ୍ଟେମ୍ବର ମାସର   ସ୍ୱାଭାବିକ ବର୍ଷା ୨୩୫.୭ ମିମିର  ୯୨% ଅନୁଭୂତ ହୋଇସାରିଛି.

 ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ହାରାହାରି ବର୍ଷା ୨୭.୧ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୯୩ ପ୍ରତିଶତ ଅଧିକ ରହିଛି .

ସର୍ବାଧିକ ହାରାହାରି ବର୍ଷା ବଲାଙ୍ଗୀର ଜିଲ୍ଲାରେ ୭୨.୪ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୬.୧ ମିମି ତୁଳନାରେ ୧୦୮୭ ପ୍ରତିଶତ.

ଗତ ୪ ଦିନରେ ଲଘୁଚାପ ପ୍ରଭାବରେ  ରାଜ୍ୟରେ ହାରାହାରି ବର୍ଷା ୧୧୦.୫ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୩.୪ ମିମି ତୁଳନାରେ ୨୩୧ ପ୍ରତିଶତ ଅଧିକ ରହିଛି | ଏହି ୪ ଦିନରେ ରାଜ୍ୟରେ ୨୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା, ୨ଜିଲ୍ଲା ମୟୁରଭଞ୍ଜ ଏବଂ ବାଲେଶ୍ୱର ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି.

LEAVE A REPLY

Please enter your comment!
Please enter your name here