ସୂଚନା କମିଶନ ରେ ଭୟଙ୍କର ଅରାଜକତା ବେଆଇନ ଭବେ ଶହ ଶହ କେଶ ଖାରଜ ପରେ ପିଆଇଓ ମାନଙ୍କୁ କେଶ ନୋଟିସ ରେ ବ୍ୟାପକ ଅସଂଗତି , କମିଶନ ଙ୍କ ପାରିବାପାଣିଆ କୁ ନେଇ ସାଧାରଣ ରେ ପ୍ରଶ୍ନ

0
212

By  RTI Activist Manoranjan Jena

CUTTACK:ମୁଁ  Superintendent of Police, Railway, Cuttack ଙ୍କ କାର୍ଯ୍ୟାଳୟରୁ ତଥ୍ୟ ନପାଇବାରୁ  ସୂଚନା କମିଶନ ଙ୍କ ନିକଟରେ ଦ୍ଵିତୀୟ ଅପିଲ ଦାଖଲ କରିଥିଲି l କମିଶନ ଙ୍କ କାର୍ଯ୍ୟାଳୟ ମୋ ଅପିଲକୁ  SA  No. 1440/25 ଭବେ ପଞ୍ଜିକୃତ କରିଛନ୍ତି l

ଏହି କେଶ ସମ୍ପର୍କରେ କମିଶନ ଜାରି କରିଥିବା ଏକ ନୋଟିସ  ମୋ ପାଖକୁ ଆସିଛି l ଏହି ନୋଟିସ ପଢି ମୁଁ ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି  ହସିଲି l ମାନ୍ୟବର ମୁଖ୍ୟମନ୍ତ୍ରୀ  ଏହି ଭଳି ଚରିତ୍ର ମାନଙ୍କୁ କେଉଁଠୁ ପାଇଲେ ଓ  ସୂଚନା କମିଶନ ରେ ନିଯୁକ୍ତି କଲେ, ତାହା ମୋର ଚିନ୍ତାର ବିଷୟ l

କମିଶନ ଙ୍କ କାର୍ଯ୍ୟାଲୟ  ଆଇନ ଅନୁଯାୟୀ  Superintendent of Police, Railway Police, Cuttack କୁ ନୋଟିସ କରିବା କଥା l କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭବେ, କମିଶନ ଙ୍କ କାର୍ଯ୍ୟାଳୟ  office of superintendent of Police, Chauliaganj, College sqare, cuttack କୁ  ନୋଟିସ କରିଛନ୍ତି l ଏଭଳି ଅଫିସ ଏହି ଠିକଣାରେ ନାହିଁ l  କମିଶନ ଙ୍କ କାର୍ଯ୍ୟାଳୟ ଏତେ ମାତ୍ରାଧିକ ତ୍ରୁଟି  କିଭଳି ବାରଂବାର କରୁଛି, ତୀହା ଆଶ୍ଚର୍ଯ୍ୟର ବିଷୟ l
ସେହିପରି ଆହୁରି ଆଶ୍ଚର୍ଯ୍ୟ ଜନକ ହେଉଛି ଅନ୍ୟ ଏକ କେଶ ଯଥା  Complaint case no. 541/25 ରେ  ମୁଁ ନିଜେ ଅଭିଯୋଗକାରୀ ହୋଇଥିଲାବେଳେ କମିଶନ  ମୋତେ କୌଫତ  ମାଗିଛନ୍ତି ଓ ନୋଟିସ ଜାରି କରିଛନ୍ତି l କମିଶନ ଙ୍କ ଇତିହାସରେ ଏପରି କେବେ ଘଟି ନଥିଲା l ମନୋଜ ପରିଡା ମୁଖ୍ୟ ସୂଚନା କମିଶନ ର ଭବେ ନିଯୁକ୍ତି ହେବା ଠାରୁ ଏହି ଭୟଙ୍କର ଅବ୍ୟବସ୍ଥା ଦେଖିବାକୁ ମିଳୁଛି l

LEAVE A REPLY

Please enter your comment!
Please enter your name here