ସୂଚନା କମିଶନରେ ଭୟଙ୍କର ଓ ବିଚିତ୍ର ଅବସ୍ଥା- ସୂଚନା ଆଇନ କୁ ବୁଝିବା ଆଗରୁ ନବ ନିଯୁକ୍ତ ମୁଖ୍ୟ ସୂଚନା କମିଶନ ଙ୍କ ଇଙ୍ଗିତରେ କେଶ ନଶୁଣି 800 କେଶ ଖାରଜ , ଏମାନଙ୍କୁ କିଏ ଓ କାହିଁକି ସୂଚନା କମିଶନ କଲା, ତାହା ବଡ ପ୍ରଶ୍ନ

0
289

By RTI Activist Pradip Pradhan

BHUBANESWAR:ରାଜ୍ୟରେ ଗତ ଏପ୍ରିଲ ମାସରେ ରାଜ୍ୟ ସରକାର  ଆଇନ କୁ ବୁଝିନଥିବା  ବା ଜୀବନରେ ସ୍ୱଚ୍ଛତା ପାଇଁ କାମ କରିନଥିବା  ଚାରି ଜଣ ବ୍ୟକ୍ତି  ତଥା ମୁଖ୍ୟ ସୂଚନା କମିଶନ ର ଙ୍କ ସମେତ  ତିନି ଜଣ  ଙ୍କୁ ସୂଚନା କମିଶନ ର ଭାବେ  ନିଯୁକ୍ତି ଦେଲେ l ଏହି ବ୍ୟକ୍ତି ମାନେ ଆଇନ କୁ ନବୁଝି ଓ କେଶ ଗୁଡିକୁ ନଶୁଣି  କେବଳ ଖାରଜ କରିବାରେ ଲାଗିଲେ l

ସୂଚନା ଅଧିକାର ଆଇନ ବଳରେ ସୂଚନା କମିଶନ  ଦପ୍ତରରୁ  ମିଳିଥିବା ତଥ୍ୟ ଅନୁଯାୟୀ, ମୁଖ୍ୟ ସୂଚନା କମିଶନ ର  ଓ ପାଣ୍ଡିଆ ନ ମାର୍କା କମିଶନ ର ମାନେ  ଗତ ଦୁଇ ମାସ ମଧ୍ୟରେ 800 କେଶ କୁ ଖାରଜ କରି ଦେଇଛନ୍ତି l ଅର୍ଥାତ ଏହି ଅଭିଯୋଗକାରୀ  ନାଗରିକ ମାନେ ଆଉ ଜୀବନରେ ତଥ୍ୟ ପାଇବେ ନାହିଁ l  ପୁଣି ଏହି ସବୁ କେଶ 2021 ମସିହାର l ପ୍ରଶାସନ ଦ୍ୱାରା  ଅତ୍ୟାଛାରିତ ହୋଇ ସେମାନେ   ସୂଚନା କମିଶନରେ  ନ୍ୟାୟ ପାଇଁ କେଶ କରିଥିଲେ l
ମିଳିଥିବା ସୂଚନା ଅନୁଯାୟୀ,  ମୁଖ୍ୟ ସୂଚନା କମିଶନ ର  ଦୁଇ ମାସ ମଧ୍ୟରେ  ସବୁଠାରୁ ଅଧିକ 259 କେଶ ବିନା ଶୁଣାଣିରେ  ଖାରଜ କରି  ମାସକୁ 4 ଲକ୍ଷ ଟଙ୍କା ଦରମା ନେଇଛନ୍ତି l ଏହା ହେଲା ତାଙ୍କର ବିଶେଷତ୍ୱ l
ସେହିପରି  ସୂଚନା କମିଶନ ର ଜଗନ୍ନାଥ ରଥ  242 କେଶ କୁ  ନୋଟିସ ନକରି  ବନ୍ଦ କରି ଦେଇଛନ୍ତି l  ପ୍ରାନବନ୍ଧୁ ଆଚାର୍ଯ୍ୟ  68 କେଶ  କିଛି ଅର୍ଡର ନକରି ବନ୍ଦ କରିଦେଇଛନ୍ତି l  ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଭବେ କେଶ କଣ କିଛି ନବୁଝି  କଳ୍ପନା ପଟ୍ଟନାୟକ  88 ଟି କେଶ କୁ ବନ୍ଦ କରି ଦେଇଛନ୍ତି l ନିଜର ଅପାରଗତା ଓ ଆଇନ ସମ୍ପର୍କରେ ଅଜ୍ଞତା କୁ ଲୁଚେଇବା ପାଇଁ  କମିଶନ ମାନଙ୍କ ଏକ ବଡ ଶଡଯନ୍ତ୍ର l  କମିଶନ ଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି l

LEAVE A REPLY

Please enter your comment!
Please enter your name here