ସୂଚନା ଅଧିକାର ଆଇନରେ ମହାଖୋଲସା , ସୂଚନା କମିଶନ ଙ୍କ କେଶ ଶୁଣାଣୀ ରେ ଭୟଙ୍କର ଅଵ୍ୟବସ୍ଥା

0
301

By Pratap Mohanty

BHUBANESWAR: ସୂଚନା ଅଧିକାର ଆଇନରେ ମହାଖୋଲସା l ସୂଚନା କମିଶନ ଙ୍କ କେଶ ଶୁଣାଣୀ ରେ ଭୟଙ୍କର ଅଵ୍ୟବସ୍ଥା l ଗତ ମେ ମାସରେ ବିନା ଶୁଣାଣୀ  ବା ନାଗରିକ ମାନଙ୍କୁ ନଜଣେଇ 454 କେଶ ଖାରଜ l 2021 ମସିହାରୁ କେଶ କରି କମିଶନ ଙ୍କ ଠାରୁ ନ୍ୟାୟ ପାଇଁ ଅପେକ୍ଷା କରିଥିବା ଲୋକେ ହତାସ l ରାଜ୍ୟରେ ସୂଚନା ଆଇନ ପାଇଁ ସୂଚନା କମିଶନ ବଡ ବିପର୍ଯ୍ୟୟ l

ନବ ନିଯୁକ୍ତ  ସୂଚନା କମିଶନ ମାନେ  କିପରି କେଶ ଶୁଣାଣୀ କରୁଛନ୍ତି ବା କେତେ ଦିନ ଶୁଣାଣୀ କରୁଛନ୍ତି ଓ ସେମାନଙ୍କର ଦକ୍ଷତା  ସମ୍ପର୍କରେ ଅନୁଧ୍ୟାନ ପାଇଁ ତଥ୍ୟ ମଗାଯାଇଥିଲା l
କମିଶନ ଦପ୍ତରରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାସକୁ 2.5 ଲକ୍ଷ ଟଙ୍କା ଦରମା ନେଇ ଗତ ମେ ମାସରେ ମୁଖ୍ୟ ସୂଚନା କମିଶନ ର ମାତ୍ର 11 ଦିନ ଶୁଣାଣୀ କରିଛନ୍ତି l ସେହିପରି ସୂଚନା କମିଶନ ର ପ୍ରାନବନ୍ଧୁ  ଆଚାର୍ଯ୍ୟ ମାତ୍ର 16 ଦିନ, ପବିତ୍ର ମଣ୍ଡଳ 10 ଦିନ, କଳ୍ପନା ପଟ୍ଟନାୟକ ମାତ୍ର 10 ଦିନ କେଶ ଶୁଣାଣୀ କରିଛନ୍ତି l ଅର୍ଥାତ ଅବଶିଷ୍ଟ ଦିନ  ଅଫିସରେ ଥାଇ ମଧ୍ୟ କେଶ ଶୁଣାଣୀ କରିନାହାନ୍ତି l ଏଠାରେ ସୂଚନା ଯୋଗ୍ୟଯେ,  ସୂଚନା ଆଇନ ଅନୁଯାୟୀ, କେଶ ଶୁଣାଣୀ କରିବା ଓ ଅଭିଯୋଗକାରୀ ନାଗରିକ ଙ୍କୁ ନ୍ୟାୟ ଦେବା କମିଶନ ଙ୍କ primary କାର୍ଯ୍ୟ l  ଏହା ବାଦ କମିଶନ ଙ୍କ ବିଶେଷ କିଛି କାମ ନାହିଁ l
ଏବେ ଆସିବା କମିଶନ କେତେ କେଶ ଶୁଣିଛନ୍ତି, ଏଥିରୁ ସେ କେତେ ଦକ୍ଷ ଜଣାପଡିବ l
1. ମୁଖ୍ୟ ସୂଚନା କମିଶନ ର ମନୋଜ ପରିଡା  200 complaint ଓ Second Appeal କେଶ ଶୁଣାଣୀ ନକରି ବା ନାଗରିକ ମାନଙ୍କୁ ନ୍ୟାୟ ନଦେଇ ମନ ଇଛା ଖାରଜ କରିଦେଇଛନ୍ତି l ଓଡିଶା ଇତିହାସରେ ଏପରି କେବେ ଘଟିନଥିଲା l  ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବିରଳ ଘଟଣା l
2. କଳ୍ପନା ପଟ୍ଟନାୟକ 86 ଅଭିଯୋଗ ଓ ଏକଟି  ଦ୍ଵିତୀୟ ଅପିଲ କୁ ଶୁଣାଣୀ ନକରି ଖାରଜ କରିଛନ୍ତି l କେଶକୁ ନପଢି, ନବୁଝି ମନଇଚ୍ଛା ଖାରଜ କରିବା ଏକ ମାରାତ୍ମକ ମାନସିକତା କହିଲେ ଅତ୍ୟୁକ୍ତି ହେବ ନାହିଁ l ସେହିପରି  ଶ୍ରୀମତୀ ପଟ୍ଟନାୟକ ମେ ମାସରେ ମାତ୍ର 10 ଦିନ ରେ ମାତ୍ର 26 ଟି ଦ୍ଵିତୀୟ ଅପିଲ ଶୁଣାଣୀ କରିଛନ୍ତି l  ଅର୍ଥାତ ଦିନକୁ ମାତ୍ର ଦୁଇ ବା ତିନୋଟି କେଶ l ଅର୍ଥାତ ମାତ୍ର  ଦିନକୁ maatra10 ବା 15 ମିନିଟ କେଶ ଶୁଣନ୍ତି l ଏହାପରେ କଣ କରନ୍ତି, ଭଗବାନ ଜାଣନ୍ତି l
3. ଅନ୍ୟ କମିଶନ ର ଙ୍କ ମଧ୍ୟ ଅନୁରୂପ ଅବସ୍ଥା l ପବିତ୍ର ମଣ୍ଡଳ 100 ଟି କେଶ ବିନା ଶୁଣାଣୀ ରେ ଖାରଜ କରିଛନ୍ତି l ସେ କେଶ ପଢିନାହାନ୍ତି କି ବୁଝିନାହାନ୍ତି l କିରାଣୀ ମାନଙ୍କ ଦ୍ୱାରା  ଧାଡିକିଆ ଅର୍ଡର ଲେଖି ଖାରଜ କରିଛନ୍ତି l
2021 ମସିହାରୁ ସୂଚନା କମିଶନ ରେ କେଶ କରି ନ୍ୟାୟ ପାଇଁ  ଅପେକ୍ଷା କରି ରହିଥିବା ସାଧାରଣ ମଣିଷ କମିଶନ ଙ୍କ କେଶ ଖାରଜ ଅର୍ଡର ପାଇଲା ପରେ କଣ କରିବ  ଏହା ଭାବି ହତାଷ l ମୁଖ୍ୟମନ୍ତ୍ରୀ  ଏହି ଚରିତ୍ର ମାନଙ୍କୁ କିପରି ଓ କାହିଁକି ବାଛିଲେ, ସାଧାରଣ ନାଗରିକ ମାନେ ହତାଷ ହୋଇ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି l

LEAVE A REPLY

Please enter your comment!
Please enter your name here