By Our Correspondent
BHUBANESWAR: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆଜି ଗୀତ ଗୋବିନ୍ଦ ସଦନ ଠାରେ ଏଭର ଗ୍ରୀନ ଫୋରମ ଓ଼ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ମିଳିତ ଉଦ୍ୟମରେ ପରିବେଶ ସୁରକ୍ଷା ଓ଼ ହୁମାନ ରାଇଟ୍ସ ଶୀର୍ଷକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଜାତୀୟ ମାନବାଧିକାର କମିଶନର ମାନ୍ୟବର ସଦସ୍ୟ ଜଷ୍ଟିସ ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇ କହିଲେ,କି ଆତ୍ମକୈନ୍ଦ୍ରିକ ଓ଼ ସ୍ୱାର୍ଥପର ତା ପରିବେଶ ସୁରକ୍ଷା ରେ ଘୋର ବ୍ୟାଘାତ ସୃଷ୍ଟି କରୁଛି l ନିଜେ ଭୌତିକ ସୁଖରେ ରହିବା ପାଇଁ ସମାଜ ଓ଼ ପରିବେଶ ଉପରେ ତାର ପ୍ରତିକୂଳ ପ୍ରଭାବ ମଣିଷ ଆଦୌ ଦୃଷ୍ଟି ଦେଉନି l
ସୁସ୍ଥ ଓ଼ ସୁନ୍ଦର ପରିବେଶ ପାଇଁ ପ୍ରତ୍ୟେକ ମଣିଷର ସନ୍ତୁଳିତ ଜୀବନଚର୍ଯା ଆବଶ୍ୟକ l ମୁଖ୍ୟବକ୍ତା କେନ୍ଦ୍ର ଫରେଷ୍ଟ ଡି ଆଇ ଜି ଡ଼.ପଦ୍ମା ମହାନ୍ତି (ଆଇ ଏଫ ଏସ ) କହିଲେ କି ସୁସ୍ଥ ପରିବେଶ ପ୍ରତ୍ୟେକ ମଣିଷର ସର୍ବ ପ୍ରଥମ ମାନବିକ ଅଧିକାର ଆମକୁ ଏହି ଲକ୍ଷ କୁ ପ୍ରତିପାଦନ କରିବା ଆବଶ୍ୟକ l ପ୍ରତ୍ୟେକ ବିକାଶ କାର୍ଯ୍ୟରେ ସର୍ବ ପ୍ରଥମେ ତାର ପରିବେଶ ଜନିତ ପ୍ରଭାବ ବିଚlରାଯୋଗ୍ୟ l ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ମୁଖ୍ୟ ମନୋଜ ଜେନା ଖଣି ଖନନର କୁପ୍ରଭାବ ଦ୍ୱାରା ଘୋର ମାନବାଧିକାର କ୍ଷୁର୍ଣ ହେଉଛି ତାର ସଠିକ ଆକଳନ ସହ ତ୍ୱରିତ ପଦକ୍ଷେପ ପାଇଁ କହିଥିଲେ l
ଏଭର ଗ୍ରୀନ ଫୋରମ ଡ଼. ପ୍ରକାଶ ଚନ୍ଦ୍ର ଜେନା ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡିବ ବୋଲି କହିଥିଲେ,ସମ୍ମାନିତ ଅତିଥି ପରିବେଶ ବିଜ୍ଞାନୀ ଡ଼. ରୀନା ରାଉତରାୟ ପରବର୍ତୀ ପୀଢ଼ି କୁ ସୁସ୍ଥ ପରିବେଶ ରେ ବଂଚିବାକୁ ଦେବାକୁ ଆମକୁ ଚିନ୍ତା କରିବାକୁ ପଡିବ ବୋଲି କହିଥିଲେ l ଅତିଥି ଭାବେ ପରିବେଶ ଓ଼ ମାନବାଧିକାର ସମ୍ପର୍କ ରେ ବିଶେଷ ପରିଚର୍ଚ୍ଚା କରିଥିଲେ l ଡ଼. ମିଲି ପାଣିଗ୍ରାହୀ ମଞ୍ଚ ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ଅବସରରେ ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଡ଼ଃ ବିଜୟ କେତନ ପଟନାୟକ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ପରିବେଶ ବିଜ୍ଞାନୀ ଡ଼ ଜୟକୃଷ୍ଣ ପାଣିଗ୍ରାହୀ,,ଇଂ ଅମରେଶ ନରେଶ ସାମନ୍ତ, ବିଶିଷ୍ଟ ପରିବେଶ ଅଧିବକ୍ତା ଶଙ୍କର ପ୍ରସାଦ ପାଣି, ବିଶିଷ୍ଟ ପରିବେଶ ଶିକ୍ଷାବିତ ସନ୍ଦୀପ କୁମାର ପଟନାୟକ,ସାମ୍ବାଦିକ ରଶ୍ମିରେଖା ଦାସ, ସବୁଜ ଭରତ ର ପ୍ରତିଷ୍ଠାତା ସତ୍ୟବ୍ରତ ଜେନା,ପରିବେଶ ସୁରକ୍ଷା ଅଭିଯାନ, ଓଡିଶା ଟକ୍ସ ଆଦି ମହାନ ବ୍ୟକ୍ତିତ୍ୱ ଓ଼ ଅନୁଷ୍ଠାନ ମାନଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନରେ ସମ୍ମାନିତ ଓ଼ ସମ୍ବର୍ଦ୍ଧିତ କରାଯାଇଥିଲା l
























