ସିଏମ୍ କିସାନ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି_, ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ ଦୁଇଗୁଣା ଖୁସି ଆଣିବ- ମନମୋହନ ସାମଲ

0
60
BJP Odisha unit President Manmohan Samal-file

By Our Correspondent

BHUBANESWAR:    କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା । ମାତ୍ର ମୋଦିଜୀ ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ।

ଶ୍ରୀ ମୋଦିଜୀ ପ୍ରଧାନମନ୍ତ୍ରୀ ଫସଲ ବୀମାଠାରୁ ଆରମ୍ଭ କରି, ଧାନର ସହାୟକ ମୂଲ୍ୟ ବୃଦ୍ଧି, ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଅନେକ ଯୋଜନା ଲାଗୁ କରିଛନ୍ତି । ଓଡ଼ିଶାରେ ୭୦ ଭାଗ ଚାଷୀ କୃଷି ଉପରେ ନିର୍ଭରଶୀଳ ।

ପ୍ରଥମ ଥର ପାଇଁ ରାଜ୍ୟରେ ଡବଲ ଇଞ୍ଜନ ସରକାର ଗଠନ ହୋଇଛି ।  ସରକାରକୁ ଆସିବାର ୨ ମାସ ମଧ୍ୟରେ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିଥିବାବେଳେ ଜଳସେଚନ ଓ ଶୀତଳଭଣ୍ଡାର ଖୋଲିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଗତ ସରକାର ତୁଳନାରେ କୃଷି ବଜେଟ୍ ୩୬% ବୃଦ୍ଧି କରାଯାଇଛି । ଚାଷୀଙ୍କ ଆୟ ବଢ଼ାଇବା ପାଇଁ ମୋଦିଜୀ ୨୦୧୯ରୁ ପିଏମ୍ କିଷାନ ଯୋଜନା ଆରମ୍ଭ କରିଥିଲେ ।

ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ମିଳୁଥିଲା । ମାତ୍ର ବିଜେଡି ସରକାରରେ ଥିôବାବେଳେ ନିଜର ରାଜନୈତିକ ଆଶା ଚରିତ୍ରାର୍ଥ କରିବା ପାଇଁ ପିଏମ୍ କିଷାନ ଯୋଜାନରୁ ଅନେକ ଚାଷୀଙ୍କୁ ବଂଚିତ ରଖିଥିଲା । ଦଳୀୟ କାର୍ଯ୍ୟକର୍ତାକୁ ଖୁସି କରିବା ପାଇଁ ନିର୍ବାଚନ ବେଳେ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲା । ବହୁ ଚାଷୀ ଏହାର ଲାଭ ଉଠାଇ ନ ପାରି ଦୁଃଖ କଷ୍ଟରେ ଚଳୁଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚାଷୀଙ୍କ ଦୁଃଖ ବୁଝିପାରି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ କ୍ଷୁଦ୍ର, ନାମକୁ ମାତ୍ର ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଲେଖାଏଁ ମିଳିବ । ଫଳରେ ରାଜ୍ୟର ଅଧିକାଂଶ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ । ପିଏମ୍ କିଷାନ ଯୋଜନାରୁ ବଂଚିତ ଥିôବା ପ୍ରତ୍ୟେକ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମନ୍ଧୀୟ ଯୋଜନାରେ ଆବେଦନ କରିପାରିବେ । ଏହାଦ୍ୱାରା ସେମାନଙ୍କୁ  କୃଷିଭିତିକ ଯୋଜନା ବିଷୟରେ ଗୋଟିଏ ପୋର୍ଟାଲରୁ ସମସ୍ତ ତଥ୍ୟ ମିଳିପାରିବ ।

ଏବେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସିଏମ୍ କିଷାନ ଯୋଜନା ଲାଗୁ ହେବା ଦ୍ୱାରା ଚାଷୀ ପରିବାରକୁ ଦୁଇଗୁଣା  ଖୁସି ମିଳିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଏନେଇ ଶ୍ରୀ ମାଝୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here