ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ପାଇଁ କୃଷକମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ: ଓଡିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ଓ ଆୟକୁ ଦୁଇ ଗୁଣା କରିବାପାଇଁ ମୋ ସରକାର ସମର୍ପିତ : ମୋହନ ଚରଣ ମାଝି

0
61

By Our Correspondent

BHUBANESWAR:  ଓଡିଶାର ଯଶସ୍ୱୀ ଲୋକପ୍ରିୟ ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶପଥପାଠ କରିବାର ମାତ୍ର ୩ ମାସ ନପୁରୁଣୁ ଚାଷୀମାନଙ୍କର ଆୟକୁ ଦୁଇ ଗୁଣ କରିବା ସହିତ ସମୃଦ୍ଧ କରିବା ପାଇଁ ଯୁଦ୍ଧ କାଳୀନ ଭିତିରେ ଗୋଟିଏ ପରେ ଗୋଟେ ପଦକ୍ଷେପମାନ ନେଇ ଚାଲିଛନ୍ତି ।

ଧାନ କ୍ୱିଂଟାଲ ପ୍ରତି ୩୧୦୦ଟଙ୍କା କରିବା, ୫୮ଟି ସବ୍‌ଡିଭିଜନରେ ଶୀତଳ ଭଣ୍ଡାର କରିବା, ଚାଷ ଜମିକୁ ଉଠା ଜଳସେଚନ ଦ୍ୱାରା ଜଳସେଚନ ପାଇଁ ବ୍ୟବସ୍ଥା କରିବା, ସମସ୍ତ ବ୍ଲକରେ ପନିପରିବା ମଣ୍ଡିର ବ୍ୟବସ୍ଥା କରିବା, ଚାଷୀ ପରିବାର ଛାତ୍ର ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କର ଘୋଷଣା ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଓଡ଼ିଶାର ଚାଷୀମାନଙ୍କୁ ଲାଭାନ୍ୱିତ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଆସିବା ପରେ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଖାଇ ପର୍ବ ଦିନ ସମ୍ବଲପୁର ଠାରେ ସିଏମ୍ କିଷାନ୍ ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତିରେ ୪୬ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଖକୁ ୨ହଜାର ଟଙ୍କା ଦିଆଯାଇଛି ଏବଂ ଅକ୍ଷୟ ତୃତୀୟାରେ ଦ୍ୱିତୀୟ କିସ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ନେତା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ସାରା ରାଜ୍ୟରୁ ଆସିଥିବା ଚାଷୀ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ଚାଷୀମାନେ ସେମାନେ ଚାଷ କରିଥିବା ବାଇଗଣ, କଲରା, ଭେଣ୍ଡି, ଜହ୍ନି, କାକୁଡି ପ୍ରଭୃତି ପନିପରିବା ଭର୍ତି ପାଛିଆ ଶ୍ରଦ୍ଧାର ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ସାଙ୍ଗରେ ଆଣିଥିବା ଝାମ୍ପିକୁ ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇଥିଲେ । ସମସ୍ତ ଚାଷୀ ଭାଇମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଚାଷୀମାନଙ୍କୁ ତାଙ୍କର ଭାଷଣରେ କହିଛନ୍ତି ଯେ, ଓଡିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ଓ ଆୟକୁ ଦୁଇ ଗୁଣା କରିବାପାଇଁ ମୋ ସରକାର ସମର୍ପିତ ଅଟେ ।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା ଓ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ ଓ ଅଶୋକ କୁମାର ରଥ, ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ଶେଖର ପାଢୀ, ରାଜ୍ୟ ସଂଯୋଜକ ଡ. ଜଗନ୍ନାଥ ମହାପାତ୍ର, ସୁଦର୍ଶନ ବିଶ୍ୱାଳ, ସଞ୍ଜୀବ କୁମାର ରଣା, ସନ୍ତୋଷ କୁମାର ରାଉତ, ସନ୍ତୋଷ କୁମାର ଜେନା, ବିକ୍ରମ କୁମାର ରାଉତ, ଶିବ ପ୍ରସାଦ ମିଶ୍ର, ଅଜୟ କୁମାର ପ୍ରଧାନ, ଶ୍ରୀନିବାସ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସୁରଥ କୁମାର ସେଠୀ, ଉତ୍କଳମଣି ମନ୍ତ୍ରୀ, ତପନ କୁମାର ବେହେରା, ସୁଶାନ୍ତ କୁମାର ମହାନ୍ତି, ପାଣ୍ଡବ ଚନ୍ଦ୍ର ଧଲ, ଦୁର୍ଯ୍ୟୋଧନ ଲେଙ୍କା, ଦିପ୍ତି ଜେନା, ଶ୍ରୀମତୀ ନନ୍ଦିନୀ ଶତପଥୀ, ସୁଶ୍ରୀ ଅମିତା କର ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here