ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ କରି ଆହତ କରିବା ଘଟଣା: ରାହୁଲ ଗାନ୍ଧୀଙ୍କ ଗୁଣ୍ଡାଗର୍ଦ୍ଦି ଅତ୍ୟନ୍ତ ଲଜ୍ଜାଜନକ, ରାହୁଲ ଗାନ୍ଧୀ ଯେଉଁଭଳି ଗୁଣ୍ଡାଗର୍ଦ୍ଦି କଲେ, ଜଣେ ମାନସିକ ସନ୍ତୁଳନ ଥିବା ବ୍ୟକ୍ତି ଏଭଳି ବ୍ୟବହାର କରିବେ ନାହିଁ- ମନମୋହନ ସାମଲ

0
29

By Our Correspondent

BHUBANESWAR:    ବିଜେପିର ବରିଷ୍ଠ ନେତା ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସଂସଦରେ ରାହୁଲ ଗାନ୍ଧୀ ଧକ୍କା ମାରି ଆହତ କରିବା ଘଟଣାକୁ ସାରାଦେଶ ନିନ୍ଦା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ଅତ୍ୟନ୍ତ ଲଜ୍ଜାଜନକ। ସଂସଦୀୟ ଗଣତନ୍ତ୍ରରେ ଆଜି ଏକ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ଦିନ। ଗଣତନ୍ତ୍ରକୁ ସଭିଏଁ ସମ୍ମାନ ଦେବା ଉଚିତ।

ଏଠାରେ ହିଂସାର କୌଣସି ସ୍ଥାନ ନାହିଁ। ଦାୟିତ୍ୱ ସମ୍ପନ୍ନ ଦଳର ବିରୋଧୀ ଦଳ ନେତା ବୋଲି ଦାବି କରୁଥିବା ରାହୁଲ ଗାନ୍ଧୀ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାହାକୁ ୧୪୦କୋଟି ଭାରତୀୟ ନିନ୍ଦା କରୁଛନ୍ତି। ଏହାଦ୍ୱାରା ଭାରତର ୭୫ ବର୍ଷ ଗଣତନ୍ତ୍ରର ଛବି ଆଜି ସାରା ବିଶ୍ୱରେ ଖରାପ ହୋଇଛି। ଏହାକୁ ଯେତେ ନିନ୍ଦା କଲେ କମ୍ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ଜଣେ ନିର୍ବାଚିତ ପ୍ରତିନିଧି ହୋଇ ମଧ୍ୟ ରାହୁଲ ଗାନ୍ଧୀ ଯେଉଁଭଳି ଗୁଣ୍ଡାଗର୍ଦ୍ଦି କଲେ, ଜଣେ ମାନସିକ ସନ୍ତୁଳନ ଥିବା ବ୍ୟକ୍ତି ଏଭଳି ବ୍ୟବହାର କେବେ କରିବେ ନାହିଁ। ସାଂସଦ ହେବା ପରେ ଉଚ୍ଚାରଣ, ଆଚରଣ ଓ ସ୍ୱଭାବରେ ପରିବର୍ତନ ଆବଶ୍ୟକ। ରାହୁଲଙ୍କ ଗୁଣ୍ଡାଗର୍ଦ୍ଦିରେ ଆହତ ହୋଇ ଚିକିତ୍ସାଧୀନ ଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଶୀଘ୍ର ଆଶୁଆରୋଗ୍ୟ କାମନା କରୁଛି।

କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ କ୍ଷମତା ଶୂନ୍ୟ କଂଗ୍ରେସ ନେତା ବିଚଳିତ ହୋଇ ଏଭଳି କାଣ୍ଡ କରିଛନ୍ତି। ୫୬ ବର୍ଷ ଧରି କ୍ଷମତାରେ ରହିବା ପରେ, କଂଗ୍ରେସ ଦଳର ନେତାମାନେ ଏହାକୁ ସହ୍ୟ କରି ନ ପାରି ଏଭଳି ଆଚରଣ କରୁଛନ୍ତି।

ଏଭଳି ହିଂସ୍ର ଆଚରଣ ପ୍ରଦର୍ଶନ କରିବା ହେଉଛି କଂଗ୍ରେସ ପରିବାରର ପରମ୍ପରା। କଂଗ୍ରେସ ଅନେକ ସମୟରେ ଗଣତନ୍ତ୍ରକୁ ହତ୍ୟା କରିଥିବା ପୂର୍ବରୁ ନଜୀର ରହିଛି। ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳିନ ପରିସ୍ଥିତିଠାରୁ ଆରମ୍ଭ କରି ଆଜି ରାହୁଲ ଗାନ୍ଧୀଙ୍କ ଦ୍ୱାରା ସଂସଦରେ ବରିଷ୍ଠ ନେତାଙ୍କୁ ଅସମ୍ମାନ ଓ ଆକ୍ରମଣ କରିବା ଘଟଣା ହେଉଛି ଏହାର ବଳିଷ୍ଟ ଉଦାହରଣ ବୋଲି ଶ୍ରୀ ସାମଲ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here