ସର୍ବୋଚ୍ଚ ନ୍ୟାୟାଳୟଙ୍କ ସିଧାସଳଖ ନିର୍ଦ୍ଦେଶନାମାକୁ ବେଖାତିର୍ କରି ଦୁର୍ନୀତିରେ ଉବୁଟୁବୁ ବିଜେଡି ସରକାର ପଲ୍ଲୀସଭାକୁ ବନ୍ଦ କରିଦେଲେ, ରାଜ୍ୟ ବିଜେପି

0
336
ଅତୀତରେ ପ୍ରତ୍ୟେକ ଗ୍ରାମରେ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସେହି ଗ୍ରାମର ପ୍ରକଳ୍ପ ଚୟନ ଠାରୁ ଆରମ୍ଭ କରି କ୍ରିୟାନ୍ୱୟନ ପର୍ଯ୍ୟନ୍ତ ସମସ୍ତ ତଦାରଖ କାମ ପଲ୍ଲୀସଭା ମାଧ୍ୟମରେ କରାଯାଉଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ସିଧାସଳଖ ନିର୍ଦ୍ଦେଶନାମାକୁ ବେଖାତିର୍ କରି ଦୁର୍ନୀତିରେ ଉବୁଟୁବୁ ବିଜେଡି ସରକାର ପଲ୍ଲୀସଭାକୁ ବନ୍ଦ କରିଦେଲେ

By Our Correspondent

BHUBANESWAR: ଅତୀତରେ ପ୍ରତ୍ୟେକ ଗ୍ରାମରେ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସେହି ଗ୍ରାମର ପ୍ରକଳ୍ପ ଚୟନ ଠାରୁ ଆରମ୍ଭ କରି କ୍ରିୟାନ୍ୱୟନ ପର୍ଯ୍ୟନ୍ତ ସମସ୍ତ ତଦାରଖ କାମ ପଲ୍ଲୀସଭା ମାଧ୍ୟମରେ କରାଯାଉଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ସିଧାସଳଖ ନିର୍ଦ୍ଦେଶନାମାକୁ ବେଖାତିର୍ କରି ଦୁର୍ନୀତିରେ ଉବୁଟୁବୁ ବିଜେଡି ସରକାର ପଲ୍ଲୀସଭାକୁ ବନ୍ଦ କରିଦେଲେ , ବିଜେପି ରାଜ୍ୟ ମୁଖପାତ୍ର Tejeswar Parida said.

ଫଳରେ ଗ୍ରାମାଂଚଳର ବିକାଶ ପାଇଁ ଯାଉଥିବା ବିଭିନ୍ନ ଯୋଜନାର ଅର୍ଥକୁ ବ୍ଲକ ଜେଇ ଜରିଆରେ କାର୍ଯ୍ୟକରି ଯୋଜନାର ଅର୍ଥ ରାଶିକୁ ଦିନ ଦ୍ୱିପହରରେ ହରିଲୁଟ୍ କରୁଛି ଏ ସରକାର ।

ସ୍ୱର୍ଗତଃ ବିଜୁ ପଟ୍ଟନାୟକ ନାମରେ ଗଠିତ ବିଜୁ ଜନତା ଦଳ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ସାରା ରାଜ୍ୟରେ ପାଳନ କରୁଛି । ବାସ୍ତବ କ୍ଷେତ୍ରରେ ଏ ସରକାରରେ ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କର କ୍ଷମତାକୁ ସଙ୍କୁଚିତ କରିଛି ।

ପଂଚାୟତର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ପ୍ରକଳ୍ପ ଚୟନ ଠାରୁ କ୍ରିୟାନ୍ୱୟନ ଇତ୍ୟାଦିରୁ ଦୂରେଇ ରଖି ବ୍ଲକ ଅଧିକାରୀମାନଙ୍କ ହାତରେ ସମସ୍ତ କାର୍ଯ୍ୟକୁ ବେଆଇନ ଭାବରେ ହସ୍ତାନ୍ତର କରିଛନ୍ତି । ଫଳରେ ସାରା ରାଜ୍ୟରେ ଆଜି ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କ ମଧ୍ୟରେ ଏକ ଅସନ୍ତୋଷର କୋହ ଗଢିଉଠିଛି । ଯାହାଫଳରେ ତାଙ୍କର ସାମ୍ବିଧାନି କ୍ଷମତାକୁ ହାସଲ କରିବା ପାଇଁ ସେମାନେ ବାରମ୍ବାର ବିଧାନସଭା ଆଗରେ ଧାରଣା ଦେବାପାଇଁ ପଛାଉନାହାଁନ୍ତି ।

ନିର୍ବାଚନ ପାଖେଇ ଆସିଲେ ବିଜେଡି ସରକାର ଓଡିସାବାସୀଙ୍କୁ ବିଭ୍ରାନ୍ତ କରି ଭୋଟ୍ ହାସଲ କରିବାପାଇଁ ପୁଳାପୁଳା ମିଥ୍ୟା ଯୋଜନା ଘୋଷଣା କରିଥାନ୍ତି । ଯାହାର ସଦ୍ୟ ଉଦାହରଣ “ଆମ ଓଡିଶା ନବୀନ ଓଡିଶା ଯୋଜନା” ଏହି ଯୋଜନାରେ ପାଖାପାଖି ୫୦ଲକ୍ଷ ଟଙ୍କା ପ୍ରତି ପଂଚାୟତର ବିକାଶ ପାଇଁ ଖର୍ଚ୍ଚ କରାଯିବ । ଆମର ପ୍ରଶ୍ନ ରାଜ୍ୟ ସରକାରଙ୍କୁ ୨୪ବର୍ଷ ସାସନ ଭିତରେ କିଏ ମନା କରିଥିଲା ପଂଚାୟତର ବିକାଶ କରିବା ପାଇଁ? ଏଥିରୁ ସ୍ପଷ୍ଟ ପ୍ରମାଣିତ ରାଜ୍ୟ ସରକାର ପଂଚାୟତମାନଙ୍କର ବିକାଶ ନକରି ୨୪ବର୍ଷ ଧରି କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲେ ନିର୍ବାଚନ ଆସିବାରୁ ହଠାତ୍ ତାଙ୍କର ନିଦ୍ରା ଭଙ୍ଗ ହୋଇଛି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ “ଆମ ଗାଁ ଆମ ବିକାଶ” ନାମରେ ଏକ ଯୋଜନା ଘୋଷଣା କରି ପାଖାପାଖି ୨ହଜାର କୋଟି ଓଡିଶା ରାଜକୋଷରୁ ହରିଲୁଟ୍ କରିଥିଲେ । ନିର୍ବାଚନ ପରେ ସେ ଯୋଜନାର ସମାଧି ଘଟିଲା । ସେଥିରେ ନା ଗାଁର ବିକାଶ ହେଲା ନା ପଂଚାୟତର ବିକାଶ ହେଲା ସେଥିରେ କେବଳ ବିଜେଡି ନେତା ଓ କର୍ମୀମାନଙ୍କର ବିକାଶ ହେଲା । ଏହି “ଆମ ଓଡିଶା ନବୀନ ଓଡିଶା ଯୋଜନା”ରେ ପାଖାପାଖି ୩ହଜାର ୫ଶହ କୋଟି ଟଙ୍କାକୁ ନିର୍ବାଚନ ପୂର୍ବରୁ ଦଳୀୟ ଭିତିରେ ବାଂଟି ଯୋଜନାକୁ ହରିଲୁଟ୍ କରି ନିର୍ବାଚନ ପାଣ୍ଠି ସଂଗ୍ରହ କରିବା ପାଇଁ ବିଜେଡି ସରକାର ମସୁଧା କରିଛନ୍ତି । ଏହି ଯୋଜନାର ପ୍ରକଳ୍ପ ଚୟନ ଠାରୁ ଆରମ୍ଭ କରି କ୍ରିୟାନ୍ୱୟନ ପର୍ଯ୍ୟନ୍ତ ପଲ୍ଲୀସଭା, ନିର୍ବାଚିତ ସରପଂଚ ଓ ସମିତିସଭ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖାଯାଉଛି । ଯାହାକି ପଂଚାୟତ ନିର୍ବାଚିତ ଜନପ୍ରତିନିଧିମାନଙ୍କର ସାମ୍ବିଧାନିକ ଅଧିକାରକୁ କୁଠାରଘାତ କରାଯାଉଛି ।

ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ସାରା ଭାରତବର୍ଷରେ ଜଣେ ବ୍ୟକ୍ତି କେହି ଉପାସରେ ନରହୁ ଆଗାମୀ ପାଂଚବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ଚାଉଳ ବାଂଟିବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟସରକାରଙ୍କ ଅପାରଗତା ଓ ଅବହେଳା ପାଇଁ ବହୁ ଯୋଗ୍ୟ ବ୍ୟକ୍ତି ର‌୍ୟାସନକାର୍ଡ ଓ ପିଡିଏସ୍ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଡିଲର ଓ ବ୍ଲକର ସପ୍ଲାଏ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକାରେ ହିତାଧିକାରୀମାନଙ୍କ ଚାଉଳକୁ ମାସ ମାସ ଧରି ନଦେଇ ଏହାକୁ ହରିଲୁଟ୍ କରୁଛନ୍ତି । ଫଳରେ ଅଧିକାଂଶ ବ୍ଲକରେ ପିଡିଏସ୍ ଚାଉଳ ବଂଟନ ବ୍ୟବସ୍ଥା ଦୁର୍ନୀତିରେ ଭରି ରହିଛି । ବିଜେଡି ସରକାରଙ୍କ ରାଜ୍ୟରେ ପିଡିଏସ୍ ଚାଉଳ ବଂଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ ପ୍ରତି ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଓ ସେଥିପାଇଁ ‘ହର ଘର ନଲ’ ଓ ‘ଜଳ ଜୀବନ ମିଶନ’ ଜରିଆରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଚୁର ଅର୍ଥ ପଠାଉଥିବାବେଳେ ବ୍ୟାପକ ଦୁର୍ନୀତି, ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଓଡିଶାର ସାଧାରଣ ଜନତା ପିଇବା ପାଣି ପାଇବାରୁ ବଂଚିତ ହେଉଛନ୍ତି । ଓଡିଶାର ବହୁ ଅଂଚଳରେ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିମ୍ନମାନର କାମ ପାଇଁ ଟାଙ୍କିକୁ ପାଣି ଲୋଡ୍ ହେଉନାହିଁ । ଏଥିପାଇଁ କିଛି କିଛି ଅଂଚଳରେ ମହିଳାମାନେ ଟାଙ୍କି ଉପରକୁ ଉଠି ପ୍ରତିବାଦର ସ୍ୱର ମଧ୍ୟ ଉଠାଇଛନ୍ତି ଯାହା ଆମେ ଗଣମାଧ୍ୟମରୁ ଜାଣିବାକୁ ପାଉଛୁ । ବିଜେଡି ସରକାରଙ୍କ ବେପାରୁଆ ଓ କୁପରିଚାଳନା ପାଇଁ ଆଜି ହଜାର ହଜାର ଲୋକ ଚୂଆରୁ ପାଣି ସଂଗ୍ରହ ପାଇଁ ଚାରିରୁ ପାଂଚ କିଲୋମିଟର ମୁଣ୍ଡରେ ମାଠିଆ ଧରି ବହୁ କଷ୍ଟରେ ଯିବାକୁ ପଡୁଛି ।

ମହିଳା ସଶକ୍ତିକରଣ ପାଇଁ ଐତିହାସିକ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିଥିବା ମୋଦୀ ସରକାର ଗାଁ ଓ ସହରର ମହିଳା ମାନଙ୍କୁ ଆତ୍ମନିର୍ଭର ଓ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ମହିଳା ସ୍ୱୟଂ ସହାୟିକାଗୋଷ୍ଠୀ ନିମନ୍ତେ ରାଜ୍ୟକୁ ପ୍ରଚୁର ଅର୍ଥ ପ୍ରଦାନ କରୁଥିବାବେଳେ ଏହି ଅର୍ଥକୁ ନିଜର ବୋଲି କହି ମିଶନ ଶକ୍ତି ନାମରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଓ ସଭାରେ ସଂଖ୍ୟା ବଢାଇବା ପାଇଁ ଯୋଗ ଦେବା ପାଇଁ ବାଧ୍ୟ କରାଯାଉଛି ।

ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ର ଚୟନରେ ପ୍ରତି ବ୍ଲକରେ ବ୍ୟାପକ ଚଂଚକତା କରି ଅନେକ ଯୋଗ୍ୟ ମହିଳାଙ୍କୁ ବାଦ୍ ଦିଆଯିବା ସହ ନିଯୁକ୍ତି ପାଇଁ ମୋଟା ରକମର ଅର୍ଥ ଲାଂଚ ନିଆଯିବା ସହ ଦଳୀୟ ଭିତିରେ ଚୟନ କରାଯାଇଛି ।

ପଂଚାୟତ ଓ ବ୍ଲକ ସ୍ତରରେ ରାସ୍ତାଘାଟ, ପୋଲ, ପାନୀୟ ଜଳ, ଖେଳ ପଡିଆ, ଶିକ୍ଷା, ସ୍ୱାସ୍ଥ୍ୟ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟୁତ, ହାଟ ବଜାର, ଡ୍ରେନେଜ୍ ବ୍ୟବସ୍ଥା, ବିଜୁଳି, ଷ୍ଟ୍ରିଟ୍ ଲାଇଟ୍‌, ଅଧାରେ ପଡି ରହିଥିବା ପାର୍କ ଇତ୍ୟାଦି ଭିତିଭୂମି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବ୍ୟାପକ ଦୁର୍ନୀତି, ପିସି ଆଦାୟ, ଠିକାଦାର ପୋଷଣ ଓ ନିମ୍ନମାନର କାମ ଯୋଗୁ ଗ୍ରାମ୍ୟ ଓ ସହରାଂଚଳ ଭିତିଭୂମି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି , ବିଜେପି ରାଜ୍ୟ ମୁଖପାତ୍ର.

LEAVE A REPLY

Please enter your comment!
Please enter your name here