ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ, ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ

0
235

By Our Correspondent

BHUBANESWAR:  ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ।

ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଛନ୍ତି। ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ ସହଦେବ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି ।

ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ପୂରା ସହରକୁ ଦୋହଲାଇଦେଇଛି । ରସୁଲଗଡ଼ରୁ ବାଣୀବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ । ବାଇକ୍‌ରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି । ସକାଳ ୭ଟାରୁ ସାଢ଼େ ୭ଟା ଭିତରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିଦେଲେ । ମୃତକ ହେଲେ କେଦାରପଲ୍ଲି ଅଞ୍ଚଳର ସହଦେବ ନାୟକ । ସେ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ । ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ ।

LEAVE A REPLY

Please enter your comment!
Please enter your name here