ଷଷ୍ଠ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୪ ରେ ଶ୍ରୀମନ୍ଦିର ପ୍ରଶାସନର ଷ୍ଟଲ୍

0
62

By Our Correspondent

BHUBANESWAR:      ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୪ ଆଜିଠାରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଏକ ଷ୍ଟଲ ଖୋଲାଯାଇଛି। ପୁସ୍ତକ ମହୋତ୍ସବର ସମ୍ମୁଖ ଦ୍ଵାରଠାରେ ହୋଇଥିବା ଏହି ଷ୍ଟଲ ରେ ମହାପ୍ରଭୁଙ୍କ ଦିବ୍ୟ ସୁନାବେଶରେ ଦର୍ଶନ ଦେଉଛନ୍ତି.

ଏହି ଷ୍ଟଲରେ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ପୁସ୍ତକ, ପତ୍ର ପତ୍ରିକା ସହିତ ଅନୁବନ୍ଧିତ ବିଭିନ୍ନ ପ୍ରକାଶନର ଶ୍ରୀଜଗନ୍ନାଥ ସଂସ୍କୃତି ଭିତ୍ତିକ ପୁସ୍ତକ ବିକ୍ରୟ ହେଉଛି। ଏହାସହିତ ଶ୍ରୀମନ୍ଦିରରେ ନୀଳଚକ୍ରରୁ  ଉଲାଗି ହୋଇଥିବା ପତିତପାବନ ବାନା ମଧ୍ୟ ଭକ୍ତ ପାଠକ ପାଠିକା ମାନଙ୍କ ପାଇଁ ଉପଲବ୍ଧ ଅଛି।

ଆଜି ଉଦଘାଟନୀ ଦିବସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ସମୟରେ ଓଡ଼ିଶା ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କେତନ ଉପାଧ୍ୟାୟ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ , ଓ ଏସ ଡି ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପାଢ଼ୀ, ଓ ଏସ ଡି ଶ୍ରୀଯୁକ୍ତ ସରୋଜ କୁମାର ରାଏ, ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଏବଂ ଭକ୍ତ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ।

 

 

LEAVE A REPLY

Please enter your comment!
Please enter your name here