ଶ୍ରୀମନ୍ଦିର ସେବକ ବାଳକ ବାଳିକା ସନ୍ତରଣ ପ୍ରଶିକ୍ଷଣ ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

0
433

By Our Correspondent
PURI/BHUBANESWAR: ଶ୍ରୀମନ୍ଦିର ସେବକ ବାଳକ ବାଳିକା ମାନଙ୍କ ପାଇଁ ଏକ ସନ୍ତରଣ ପ୍ରଶିକ୍ଷଣ ଶିବିର ଗତକାଲି ଠାରୁ ଆରମ୍ଭ ହୋଇଛି।ଏହା ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଷ୍ଟାଡିୟମ ସନ୍ତରଣାଗାରରେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କ୍ରୀଡା ବିଭାଗର ମିଳିତ ସହଯୋଗରେ ଏହା ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି।

ସମସ୍ତେ ସୁସ୍ଥ ଓ ନୀରୋଗ ରୁହନ୍ତୁ।ଏହି ବାର୍ତ୍ତା ନେଇ ଏ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।ବିଶେଷ କରି ପିଲା ମାନଙ୍କ ର ବିଦ୍ୟାଳୟ ଏବେ ଛୁଟି ଥିବାରୁ ଏହି ସନ୍ତରଣ ଏକ ସମର କ୍ୟାମ୍ପ ଭଳି ସେମାନ ଙ୍କୁ ସହାୟକ ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କହିଛନ୍ତି।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ମୋଟ ୯୮ ପିଲା ଏଥିରେ ପ୍ରଶିକ୍ଷଣ ନେଉଛନ୍ତି ଓ ୩ଟି ସ୍ଲଟରେ ସନ୍ତରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି ବୋଲି କହିଥିଲେ।

ସୋମବାର ବ୍ୟତୀତ ସକାଳ ୭.୧୫ ମି ରୁ ୮ ଘଟିକା,ସକାଳ ୯ ଟାରୁ ୯.୪୫ ଘଟିକା ପର୍ଯ୍ୟନ୍ତ ବାଳକ ମାନଙ୍କର ଓ ୯.୪୫ ମିନିଟ ରୁ ସକାଳ ୧୦.୩୦ ଘଟିକା ପର୍ଯ୍ୟନ୍ତ ବାଳିକା ମାନଙ୍କ ର ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି।ପ୍ରତ୍ୟେକ ସନ୍ତରଣ କଷ୍ଟ୍ୟୁମ ବା ପୋଷାକ ରେ ସନ୍ତରଣ ପ୍ରଶିକ୍ଷଣ ନେଉଛନ୍ତି ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।ପ୍ରତ୍ୟେକ ଦିନ ସକାଳୁ ସନ୍ତରଣାଗାରରେ ପହଞ୍ଚି ଦୁଇ ଅଧିକାରୀ ପ୍ରଶିକ୍ଷଣ ତତ୍ତ୍ୱାବଧାନ କରୁଛନ୍ତି।

 

LEAVE A REPLY

Please enter your comment!
Please enter your name here