ଶ୍ରୀମନ୍ଦିର ସିଂହଦ୍ବାର ଚକଡାରେ ଅରୁଣସ୍ତମ୍ଭ ନିକଟରେ ନୀତିକାନ୍ତି ତଥା ଶ୍ରୀ ପତିତପାବନ ଠାକୁରଙ୍କ ନୀତିର ସିଧାପ୍ରସାରଣ କରିବା ସକାଶେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି

0
189

By Our Correspondent

PURI/BHUBANESWAR:     ଶ୍ରୀମନ୍ଦିର ସିଂହଦ୍ବାର ଚକଡାରେ ଅରୁଣସ୍ତମ୍ଭ ନିକଟରେ ନୀତିକାନ୍ତି ତଥା ଶ୍ରୀ ପତିତପାବନ ଠାକୁରଙ୍କ ନୀତିର ସିଧାପ୍ରସାରଣ କରିବା ସକାଶେ କିଛି ଟିଭି ଚ୍ୟାନେଲ୍ ଅନୁରୋଧ କରିଛନ୍ତି । ଏପରିକି କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲ୍ ପ୍ରତିଦିନ ସେଠାରେ ନିଜ କ୍ୟାମେରା ୟୁନିଟ୍ ସ୍ଥାପନା କରି ସିଧାପ୍ରସାରଣ କରୁଥିବା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିଗୋଚର ହୋଇଛି।

ସକାଳ ଦ୍ବାରଫିଟା, ଶ୍ରୀ ପତିତପାବନଙ୍କ ଆଳତି ଠାରୁ ଆରମ୍ଭ କରି ଅପରାହ୍ନ ଧ୍ବଜା ବନ୍ଧନ ଆଦିର ସିଧାପ୍ରସାରଣ କରାଯାଉଛି। ବହୁ ସଂଖ୍ୟକ ଭକ୍ତ ମଧ୍ୟ ସିଧାପ୍ରସାରଣରେ ଭାଗ ନେଇ ସେଠାରେ ଜମା ହୋଇ ରହୁଛନ୍ତି , ଯାହା ଫଳରେ ସେଠାରେ ଅନେକ ସମୟରେ ଭିଡ ସୃଷ୍ଟି ହେବା ସହ ଭକ୍ତ ତଥା ସେବକଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି ।

ଛୁଟିଦିନ ଗୁଡିକରେ ଏହି ସମସ୍ୟା ଆହୁରି ଜଟିଳ ହେଉଛି । ଏହାସହ ସିଧାପ୍ରସାରଣରେ ମଧ୍ୟ ଅନେକ ସମୟରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଉପସ୍ଥାପନ ହେଉଥିବା ଅଭିଯୋଗ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଉଛି । କିଛି ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍ ଏହାକୁ ବ୍ୟବସାୟୀକରଣ କରୁଥିବା ଅଭିଯୋଗ ମଧ୍ୟ ଆସୁଛି ।

ମହାପ୍ରଭୁଙ୍କ ମହିମାର ପ୍ରଚାର ପ୍ରସାର କରିବା ଯେତିକି ଗୁରୁତ୍ବପୂର୍ଣ୍ଣ , ଏହାକୁ ଶୃଙ୍ଖଳିତ ଢଙ୍ଗରେ କରାଯିବା ଆହୁରି ଉତ୍ତରଦାୟିତ୍ବ ଏବଂ ଆହ୍ବାନ ସମ୍ପନ୍ନ। ତେଣୁ ଏହାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାପାଳ ତଥା ଉପ-ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରି ଆଲୋଚନା କରାଯିବା ସହ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here