ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଆଜି ଏ. ଏସ୍. ଆଇ. ମହାନିର୍ଦେଶକ ଡକ୍ଟର ୟଦୁବୀର ସିଂ ରାୱତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି, ରତ୍ନ ଭଣ୍ଡାରର ମରାମତି, ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ

0
87

By Our Correspondent

BHUBANESWAR:  ଦିଲ୍ଲୀ ସରକାରୀ ଗସ୍ତରେ ଥିବା ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଡ. ଅରବିନ୍ଦ ପାଢୀ  ଆଜି  ଏ. ଏସ୍. ଆଇ. ମହାନିର୍ଦେଶକ ଡକ୍ଟର ୟଦୁବୀର ସିଂ ରାୱତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି l

ଏହି ଅବସରରେ  ରତ୍ନ ଭଣ୍ଡାରର ପ୍ରାଥମିକ ନିରୀକ୍ଷଣ ଏବଂ ବୈଷୟିକ ସର୍ବେକ୍ଷଣରେ ସହାୟତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ରତ୍ନ ଭଣ୍ଡାରର ମରାମତି, ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।

ଏହି ଆଲୋଚନା ସମୟରେ  ASI ର ଉପ- ମହାନିର୍ଦ୍ଦେଶକ ଶ୍ରୀ ଜାନୱିଜ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ପାଢୀ ଡିଜିଟାଲ୍ କୃଷି ମିସନ୍ ଜାତୀୟ ସମ୍ମିଳନୀ ରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଅଛନ୍ତି l

 

LEAVE A REPLY

Please enter your comment!
Please enter your name here