By Our Correspondent
PURI/BHUBANESWAR: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ OCAC ସହାୟତାରେ ଆଜି ଠାରୁ ନୀଳାଦ୍ରି ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ସେବକ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମାନଙ୍କ ପାଇଁ ଆଧାର କାର୍ଡ ଶିବିର ଆରମ୍ଭ ହୋଇଛି l
ଆସନ୍ତା ତା 01-06-2025 ଯାଏଁ ପ୍ରତ୍ୟେକ ଶନିବାର ଓ ରବିବାର ପୂର୍ବାହ୍ନ ଘ୧୦.୩୦ ରୁ ସଂଧ୍ୟା ଘ୫.୦୦ (ମଧ୍ୟାହ୍ନ ବିରତି ଘ ୧.୩୦ ମି ରୁ ୨.୩୦) ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବ l
ଏହି ଶିବିରରେ ଯୋଗଦାନ କରି ନିଜର ବା ନିଜ ପରିବାର ସଦସ୍ୟଙ୍କ ଆଧାର କାର୍ଡ ନୂତନ/ ସଂଶୋଧନ/ update କରାଇ ପାରିବେ। ସମସ୍ତ ସେବକମାନେ ଅବଗତ ହୋଇ ଏହି ଶିବିରର ସୁଯୋଗ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛିl
ଶ୍ରୀମନ୍ଦିର ପ୍ରଶାସନ ଏବଂ ବରିଷ୍ଠ ସେବକ ମାନଙ୍କର ପକ୍ଷରୁ ଏହି ଶିବିର ଆୟୋଜନ ସକାଶେ ହୋଇଥିବା ଉଦ୍ୟମ ଏବଂ OCAC ର ସହଯୋଗ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସାଧୁବାଦ ଜ୍ଞାପନ କରିଛନ୍ତି l




























