By Our Correspondent
PURI/BHUBANESWAR: ଶ୍ରୀମନ୍ଦିର ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ. ଶ୍ରୀଯୁକ୍ତ ରଂଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ପୁରୀ ଙ୍କ ପ୍ରେରଣା ଓ ବଳିଷ୍ଠ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ଦ୍ରବ୍ୟ ସମ୍ପୂର୍ଣ ଭାବରେ ନିଷେଧ ହେବା ପଦକ୍ଷେପରେ ‘ଆର୍ଥଡେ ସଂଗଠନ’, Washington, D.C ଏକ ପ୍ରଶଂସା ପତ୍ର ପ୍ରଦାନ ନିମନ୍ତେ ପ୍ରକାଶ କରିଛନ୍ତି।
ଆସନ୍ତା ଡେସେମ୍ବର ମାସ ମଧ୍ୟଭାଗରେ ପୁରୀ ଆସି ବ୍ୟକ୍ତିଗତ ଭାବେ ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
“ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଏବଂ ପଲିଥିନ ବର୍ଜ୍ୟବସ୍ତୁ ନିଷେଧ ଦେଶର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ମାନଙ୍କ ପାଇଁ ଏକ ଆଦର୍ଶ ଓ ଅନୁକରଣୀୟ ହେବବୋଲି ସେମାନେ ଆଶାପ୍ରକାଶ କରିଛନ୍ତି।
ଶ୍ରୀମଂଦିରରେ କାର୍ତ୍ତିକ ଓ ପଂଚୁକ ନୀତି ସରିଚି । ଏହାର ସୁପ୍ରଚାର ଓ ପ୍ରସାରଣ କରି ମଂଦିର ଓ ମହାପ୍ରଭୁଂକ ମହିମା ବ୍ଯାପ୍ତ କରିଥିବାରୁ ଆପଣ ସମସ୍ତଂକୁ ପ୍ରଶାସନ ତରଫରୁ ଧନ୍ଯବାଦ ଓ କୃତଜ୍ଞତା ଜଣାଉଚି ।