ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି, ସେମାନେ ହେଲେ ମୁଖ ପଖାଳ ସେବକ ଶ୍ରୀ ମଦନ ମୋହନ ଖୁଣ୍ଟିଆ ଏବଂ ଶ୍ରୀ ବିଶ୍ବନାଥ ଖୁଣ୍ଟିଆ

0
40

By Our Correspondent

BHUBANESWAR:  ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେମାନେ ହେଲେ ମୁଖ ପଖାଳ ସେବକ ଶ୍ରୀ ମଦନ ମୋହନ ଖୁଣ୍ଟିଆ ଏବଂ ଶ୍ରୀ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ଆଇନ୍ 21-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେନେଇ ସନ୍ତୋଷଜନକ କୈଫିୟତ ରଖିବାକୁ 7 ଦିନର ସମୟ ଦିଆଯାଇଛି ।

ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଏହି କେଫିୟତ ଦାଖଲ କରିବାକୁ କୁହାଯିବା ସହ ଧାର୍ଯ୍ୟ ସମୟ ଭିତରେ ଏହା ହସ୍ତଗତ ନହେଲେ, କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଅଛି ।

ନୋଟିସରେ କୁହାଯାଇଛି ଯେ, ଗତ ତା 16-12-24 ରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ ।

ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତଙ୍କ ମାନେ ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ । ସେହିପରି ଶ୍ରୀମନ୍ଦିର ଗାରିମା ଓ ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଥିଲା । ତେଣୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ସନ୍ତୋଷଜନକ କୈଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଅଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏହି ନୋଟିସ୍ ଜାରି କରିବା ସହ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ । ଶ୍ରୀମନ୍ଦିର ଗାରିମା ଉପରେ ପ୍ରଭାବ ପକାଉଥିବା ଏଭଳି ଘଟଣା ଉପରେ କଡା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଗ୍ରହଣ କରାଯିବ ।

 

LEAVE A REPLY

Please enter your comment!
Please enter your name here