ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ଅବସ୍ଥିତ ତଥା ଭବିଷ୍ୟତରେ ନିର୍ମିତ ହେବାକୁ ଥିବା କୋଠାବାଡି ପାଇଁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ନିମନ୍ତେ ପଦକ୍ଷେପ ଗ୍ରହଣ ଲାଗି ରାଜ୍ୟ ନଗନ ଉନ୍ନୟନ ବିଭାଗକୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0
336
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file

By Our Correspondent

PURI:ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ଅବସ୍ଥିତ ତଥା ଭବିଷ୍ୟତରେ ନିର୍ମିତ ହେବାକୁ ଥିବା କୋଠାବାଡି ପାଇଁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ନିମନ୍ତେ ପଦକ୍ଷେପ ଗ୍ରହଣ ଲାଗି ରାଜ୍ୟ ନଗନ ଉନ୍ନୟନ ବିଭାଗକୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟ ପ୍ରଶାସକ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ତଥା ଏହାର ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ଏହି କୋଠାବାଡିଗୁଡିକର ଉଚ୍ଚତା ଧାର୍ଯ୍ୟ ହେବା ସହ ସାମ୍ମୁଖଭାଗ କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ କରାଯିବା ନେଇ ଏକ ନୀତି ପ୍ରସ୍ତୁତି ହେବା ଜରୁରୀ ।
ସେହିପରି କୋଠାବାଡିଗୁଡିକ ବ୍ୟବହାର କରୁଥିବା ନାମଫଳକ ଏବଂ ବିଜ୍ଞାପନ ଉପରେ ମଧ୍ୟ ଆବଶ୍ୟକ କଟକଣା ପାଇଁ ଏଥିରେ ବ୍ୟବସ୍ଥା କରାଯାଇପାରେ ବୋଲି ସେ ଜଣାଇଛନ୍ତି । ଏହାସହ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ବାତାବରଣକୁ ବଜାୟ ରଖିବା ପାଇଁ ସୌନ୍ଦର୍ଯ୍ୟକରଣ ତଥା ଖାଲି ସ୍ଥାନ ବ୍ୟବହାର ନେଇ ମଧ୍ୟ ସେହି ନୀତିରେ ବିଚାର କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
ପୂର୍ବରୁ ଗତ ତା 26-05-2025ରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ବୈଠକରେ ଏନେଇ ଆଲୋଚନା ହେବା ସହ ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here