ଶ୍ରୀକ୍ଷେତ୍ରରେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
102

By Our Correspondent

PURI/BHUBANESWAR:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶ୍ରୀକ୍ଷେତ୍ର ପୁରୀରେ ରଥାରୁଢ଼ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିବା ସହ ମାନ୍ୟବର ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ରଥ ଟାଣିଛନ୍ତି ।

ଓଡ଼ିଶା ଏବଂ ବିଶ୍ୱବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ସବୁ ଓଡ଼ିଆ ଓ ହିନ୍ଦୁଙ୍କ ପାଇଁ ଆଜି ପବିତ୍ର ଦିନ । ଏଥର ଶ୍ରୀଗୁଣ୍ଡିଚା ଯାତ୍ରାର ବିଶେଷତ୍ୱ ଅଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶାରେ ପରିବର୍ତ୍ତନ ହୋଇଛି । ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ।  ନୂଆ ରାଜ୍ୟ ସରକାରଙ୍କ ଦାୟିତ୍ୱ ସହ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଏବଂ ବରିଷ୍ଠ ନାଗରିକଙ୍କ ପରାମର୍ଶରେ ରଥଯାତ୍ରା ସୁଚାରୁରୂପେ ଚାଲୁରହିଛି ।

ରଥାରୂଢ଼ ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ଭକ୍ତମାନେ ସୌଭାଗ୍ୟ ଲାଭ କରିଛନ୍ତି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କୋଟି କୋଟି ଭକ୍ତମାନଙ୍କ ଗହଣରେ ରଥ ଟାଣିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶା ବୈଭବରେ ପରିପୂର୍ଣ୍ଣ ହେଉ । ଓଡ଼ିଶା ୧ ନମ୍ବର ରାଜ୍ୟ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତର ଯାତ୍ରା ସଫଳ ହେଉ, ଏହା ମହାପ୍ରଭୁଙ୍କ ପାଖରେ କାମନା ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିବା ସହ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଗୋବର୍ଦ୍ଧନ ପୀଠ ପୁରୀ ଧୀମର ଏକ ପ୍ରମୁଖ ଶ୍ରଦ୍ଧାର କେନ୍ଦ୍ର । ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେବା ସହ ହିତୋପଦେଶ ନେବାର ସାନ୍ନିଧ୍ୟ ଲାଭ ହେଲା । ଏହାବ୍ୟତିତ ଜଗତଗୁରୁ ରାମାନନ୍ଦଚାର୍ଯ୍ୟ ଶ୍ରୀ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜଙ୍କୁ ଭେଟି ମଧ୍ୟ କେନ୍ଦ୍ରମନ୍ତ୍ରୀ ତାଙ୍କର ଆଶୀର୍ବାଦ ନେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here