By Our Correspondent
CUTTACK:କେଶ ଶୁଣାଣୀ ନକରି ବେଆଇନ ଭାବେ ଖାରଜ କରିଥିବା ଏକ ମାମଲାର ଶୁଣାଣୀ କରି ହାଇକୋର୍ଟ ସୂଚନା କମିଶନ ଙ୍କୁ ନୋଟିସ କରିବା ସହ 25.8.25 ରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଧେଶ ଦେଇଛନ୍ତି l
ଏଠାରେ ସୂଚନା ଯୋଗ୍ୟଯେ, କଟକ ସହରର ସମାଜସେବୀ ନିବେଦିତା ରାୟ ସ୍ଵଚାନା ଅଧିକାର ଆଇନରେ ଚାଉଳିଆଗଞ୍ଜ ଥାନା କୁ ତାଙ୍କ ସ୍ୱାମୀ ଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଧମା ଓ ଶିଶିଟିଭି ଫୁଟେଜ ସମ୍ପର୍କିତ ତଥ୍ୟ ମାଗିଥିଲେ l ଏହି ତଥ୍ୟ ତାଙ୍କର ଜୀବନ ଓ ସ୍ବାଧୀନତା ସମ୍ପର୍କିତ ହୋଇଥିବାରୁ, ସେ ଆଇନ ଅନିଯାୟୀ 48 ଘଣ୍ଟା ମଧ୍ୟରେ ଦେବାକୁ ନିବେଦନ କରିଥିଲେ l ତଥ୍ୟ ନମିଳିବାରୁ ସେ ସୂଚନା ଅଧିକାର ଆଇନ ର ଧାରା 18 ଅନୁଯାୟୀ ଅଭିଯୋଗ କରିଥିଲେ l
ସୂଚନା ପାଇବା ପାଇଁ ଦୀର୍ଘ 4 ବର୍ଷ ସେ ଅପେକ୍ଷା କରି ରହିଥିବା ବେଳେ, ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ କୁମାର ପରିଡା କିଛି ଣ ବୁଝି ନାଶୁନି କେଶ କୁ ଖାରଜ କରି ଦେଇ ତାଙ୍କ ଅର୍ଡର ପଠେଇଦେଲେ l
ଏହି ପରି ଅର୍ଡର ପଢି ଶ୍ରୀମତୀ ରାୟ ବ୍ୟଥିତ ହୋଇ ହାଇକୋର୍ଟ ରେ କେଶ କଲେ l 21.7.25 ରିଖରେ ମାନ୍ୟବର ହାଇକୋର୍ଟ ଏହି ରିଟ ପିଟିସନ ସଂଖ୍ୟା 15566 /2025 ର ଶୁଣାଣୀ କରି ସୂଚନା କମିଶନ ଙ୍କୁ ନୋଟିସ କରିବା ସହ 25.8.25 ତାରିଖ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଧେଶ ଦେଇଛନ୍ତି l

























