By Our Correspondent
BHUBANESWAR: ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମାଜିକ ଓ ଆର୍ଥୀକ ଭାବେ ପଛୁଆ ବର୍ଗ ଏବଂ ଏସ୍ଇବିସି ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।
ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିିବା ପରେ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଓବିସି ବର୍ଗ ନେତୃବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଆଜି ରାଜ୍ୟ ଅତିଥି ଭବନଠାରେ ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେଇଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପଛୁଆ ଜାତି ସମାଜ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ରୁ ଉର୍ଦ୍ଧ୍ୱ ପଛୁଆ ବର୍ଗ ଜାତି ସଂଗଠନର ନେତୃବୃନ୍ଦ ଏବଂ ଶିକ୍ଷାବିତ, ବୁଦ୍ଧିଜୀବିମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଐତିହାସିକ ନିଷ୍ପତି କାରଣରୁ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ ।
ଅତୀତରେ ପୂର୍ବ ସରକାରମାନଙ୍କ ନିକଟରେ ଅନେକ ଥର ଦାବୀ କରାଯାଇଥିଲେ ସୁଦ୍ଧା କୈାଣସି ସରକାର କର୍ଣ୍ଣପାତ କରିନଥିଲେ । ପଛୁଆ ବର୍ଗର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପ୍ରାପ୍ତିରୁ ବଂଚିତ ହେଉଥିଲେ । ଏହି ଐତିହାସିକ ଏବଂ ଯୁଗାନ୍ତକାରୀ ନିଷ୍ପତି ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସାମଗ୍ରିକ ବିକାଶ ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଆଗକୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିବାର ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି । ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ତଥା ଓବିସି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ଜ୍ଞାନେନ୍ଦ୍ର ସ୍ୱାଇଁ, ସୁକାନ୍ତ ବିଶ୍ୱାଳ, ସୁବାସ ଜେନା, ସିଦ୍ଧାର୍ଥ ଶଂକର ପତି, ବିବେକାନନ୍ଦ ଜେନା ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମୋର୍ଚ୍ଚାର ଶତାଧିକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

























