ଶିଶୁ ଚାଲାଣ ରୋକିବା ପାଇଁ ପୋଲିସ ଓ ପିଲାମାନଙ୍କ କର୍ମଶାଳା

0
292

By Biswanath Dash

BHUBANESWAR:  ଆଜି ରୁଚିକା ସମାଜ ମଙ୍ଗଳ ସଂଗଠନ ଓ କମିଶନରେଟ ପୋଲିସର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନରେ ବିଶ୍ଵ ଶିଶୁ ଚାଲାଣ ବିରୁଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ସିଶୁଚାଲାନ ରୋକିବା ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପନ୍ଦରଟି ବସ୍ତିରୁ ଆସିଥିବା ପ୍ରାୟ 50 ରୁ ଉର୍ଦ୍ଧ  ଝିଅ ଓ 20 ରୁ ଉର୍ଦ୍ଧ ମହିଳା ଏବଂ ରୁଚିକା ସଂଗଠନର କର୍ମକର୍ତ୍ତା ଓ ପୋଲିସ ପ୍ରାୟ 15ରୁ ଅଧିକ ପୋଲିସ ଅଧିକାରୀ । କୈଳାସ ସତ୍ୟାର୍ଥୀ ଚିଲ୍ଡରେନ୍ ଫାଉଣ୍ଡେସନ ସହାୟତାରେ ଆୟୋଜିତ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜୋନ 1 ର ଏସିପି ଶ୍ରୀ ମାନସ ରଞ୍ଜନ ଗଡ଼ନାୟକ। ତାଙ୍କ ବ୍ୟେତିତ ଶ୍ରୀଯୁକ୍ତ ପଦ୍ମନାଭ ପ୍ରଧାନ, IIC, କ୍ୟାପିଟାଲ ଥାନା, ଶ୍ରୀମତୀ ଶୁଭଶ୍ରୀ ପଣ୍ଡା, IIC, ମହିଳା ଥାନା। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ସଙ୍ଗେ ଶିଶୁ ଚାଲାଣ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତରେ ବର୍ଷକୁ ପ୍ରାୟ 135000 ଶିଶୁ ଚାଲାଣ ହୁଅନ୍ତି।

ବିଶ୍ୱରେ 5.5. ନିୟୁତ ଶିଶୁ ଚାଲାଣ ହୁଅନ୍ତି। ଏମାନେ ସମସ୍ତେ ଶ୍ରମ ପାଇଁ, କିମ୍ବା ଯୌନନିର୍ଯାତନା ପାଇଁ, କିମ୍ବା ବିବାହ ପାଈଁ କିମ୍ବା ଭିକ୍ଷା ବୃତ୍ତି ପାଇଁ କିମ୍ବା ଅପରାଧ ରେ ନିୟୋଜନ ପାଇଁ ସେମାନଙ୍କୁ ଚାଲାଣ କରାଯାଏ। ବହୁସମୟରେ ସେମାନେ ଅକଥନୟ ନିର୍ଯାତନା ର ଶିକାର ହୁଅନ୍ତି ବୋଲି  ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ରୁଚିକା ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା. ବେଣୁଧର ସେନାପତି।

 ଏହି କାର୍ଯ୍ୟକ୍ରମରେ ପିଲାମାନେ ପୋଲିସ ମାନଙ୍କ ସହିତ ଶିଶୁ ଚାଲାଣ କୁ କିଭଳି ରୋକିହେବ ଏବଂ ସେମାନେ ରହୁଥିବା ବସ୍ତିମାନଙ୍କରେ ଶିଶୁ ମାନଙ୍କର ଅସୁବିଧା ସମ୍ପକରେ ଆଲୋଚନା କରିଥିଲେ। ଶିଶୁ ଚାଲାଣ କୁ ରୋକିବା ପାଇଁ ପୋଲିସ କୁ ୧୧୨ ଟୋଲ ଫ୍ରି ନମ୍ବର ଓ 1098 ନମ୍ବର ରେ ଜଣାଇବା ପାଇଁ ଉପଦେଶ ଦିଆଯାଇଥିଲା।

 ଏଥିସହିତ ପିଲାମାନେ କ୍ୟାପିଟାଲ ଥାନା ପରିସର ବୁଲି ଏହାର ଶିଶୁ ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ବୁଲି ଦେଥିଥିଲେ । ଏହାପରେ ପିଲାମାନେ ମହିଳା ଥାନା ବୁଲି ଦେଖିଥିଲେ। ମହିଳା ଥାନାର ପୋଲିସ ଅଧିକାରୀ ମାନେ ପିଲାମାନଙ୍କୁ ସେଠାରେ ସ୍ଵାଗତ କରିଥିଲେ। ଇନ୍ସପେକ୍ଟର ଶୁଭଶ୍ରୀ ପଣ୍ଡା ମହିଳା ଥାନାର ଚୈଲ୍ଡଲାଇନ ଦ୍ଵାରା ପ୍ରସ୍ତୁତ ଶିଶୁ ବନ୍ଧୁତ୍ଵପୂର୍ଣ୍ଣ ଥାନା ପରିସର ବୁଲାଇ ଦେଖାଇଥିଲେ। କାର୍ଯ୍ୟକ୍ରମର ପରିଶେଷରେ ରୁଚିକା ସଂଗଠନର ପ୍ରକଳ୍ପ ଅଧିକାରୀ  ଶ୍ରୀମତୀ ଶିବାନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମକୁ ପରିଚାଳନା କରିଥିଲେ ଶ୍ରୀ ହେମନ୍ତ କୁମାର ଦାଶ, ଶ୍ରୀ କେଶବ ଚନ୍ଦ୍ର ସେନାପତି, ଶ୍ରୀ ଠାକୁରାମ ବେହେରା, ଶ୍ରୀ ଘନଶ୍ୟାମ ଭୋଇ, ବିଜୟା ଭାରତୀ ସାହୁ, ତଟିନୀ ବିଶ୍ଵାଳ, ରୀଙ୍କିନା ସ୍ୱାଇଁ ଓ ରୁଚିକାର  ଅନ୍ୟାନ୍ୟ କର୍ମକର୍ତାଗଣ।

LEAVE A REPLY

Please enter your comment!
Please enter your name here