ଶରଧା ବାଲି ପବିତ୍ରତା ଏବଂ ସାଂସ୍କୃତିକ ଗୁରୁତ୍ଵ ବଜାୟ ରଖିବାକୁ ପୁରୀ ପୌର ସଂସ୍ଥାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ , ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପତ୍ର ଲେଖି ପରମର୍ଶ ଦେଇଛନ୍ତି

0
314
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file
By Our Correspondent
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file

PURI:  ଶରଧା ବାଲି ପବିତ୍ରତା ଏବଂ ସାଂସ୍କୃତିକ ଗୁରୁତ୍ଵ ବଜାୟ ରଖିବାକୁ ପୁରୀ ପୌର ସଂସ୍ଥାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ l ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପତ୍ର ଲେଖି ପରମର୍ଶ ଦେଇଛନ୍ତି l

ମୁଖ୍ୟ ପ୍ରଶାସକ ଲେଖିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ସହ ସମ୍ପୃକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ପବିତ୍ର ଶରଧା ବାଲିର ଅନେକ
ଗୁରୁତ୍ବ ରହିଛି l ଶରଧା ବାଲିର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଗୁରୁତ୍ଵ ଦୃଷ୍ଟିରୁ ଏହାକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରା  ନ  ଯାଉ l
ବରଂ ଏହାର ସୁରକ୍ଷା ତଥା ଉନ୍ନତିକରଣ ସକାଶେ ପଦକ୍ଷେପ ନିଆଗଲେ ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ତଥା ଏୈତିହ ରୁଦ୍ଧିମନ୍ତ ହେବ l ଶ୍ରଦ୍ଧାଳୁ ତଥା ଭକ୍ତ ସମୁହର ବୃହତ୍ ସ୍ୱାର୍ଥ ଦୃଷ୍ଟିରୁ ଶରଧା ବାଲିକୁ କେବଳ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ କାର୍ଯ୍ୟ ସକାଶେ ସଂରକ୍ଷିତ ରଖିବାକୁ ମୁଖ୍ୟ ପ୍ରଶାସକ ପରମର୍ଶ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here