ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କ ଓଡିଶା ଗସ୍ତ

0
78
RSS Chief Dr Mohan Bhagwat --file

By Our Correspondent

BHUBANESWAR:   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୮ ତାରିଖ ଦିନ ମଧ୍ୟାହ୍ନ ଘ୧. ୨୦ମିନିଟ ସମୟରେ ଭୁବନେଶ୍ୱରରେ ପହଁଚିବେ । ସେ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନ ସମୟରେ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଅଗଷ୍ଟ ୮ ତାରିଖ ଦିନ ଭୁବନେଶ୍ୱରରେ ଅବସ୍ଥାନ କରିବେ, ୯ ତାରିଖ ଦିନ ପୁରୀ ଯାଇ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ ।

ଅଗଷ୍ଟ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅଖିଳ ଭାରତୀୟ ପ୍ରାନ୍ତ ସେବାପ୍ରମୁଖ ମାନଙ୍କର ବୈଠକ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଡ.ମୋହନ ଭାଗବତ ଯୋଗଦେଇ ମାର୍ଗଦର୍ଶନ କରିବେ । ସରସଂଘଚାଳକଙ୍କ ଏହି ପ୍ରବାସ ସମୟରେ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here