ରାଜ୍ୟ ସରକାରଙ୍କ ସଂସ୍ଥା ଓଡିଶା କମ୍ପୁଟର୍ ଆପ୍ଲିକେସନ୍ ସେଣ୍ଟର ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଉନ୍ନତ ମାନର ଭିଡିଓ କନଫରେନସିଂ ବ୍ୟବସ୍ଥା ସଂସ୍ଥାପନ କରାଯାଇଛି

0
49

By Our Correspondent

PURI/BHUBANESWAR: ରାଜ୍ୟ ସରକାରଙ୍କ ସଂସ୍ଥା ଓକାକ୍ (ଓଡିଶା କମ୍ପୁଟର୍ ଆପ୍ଲିକେସନ୍ ସେଣ୍ଟର) ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଉନ୍ନତ ମାନର ଭିଡିଓ କନଫରେନସିଂ ( ଆଭାସୀ) ବ୍ୟବସ୍ଥା ସଂସ୍ଥାପନ କରାଯାଇଛି ।

ଏହି ଅତ୍ୟାଧୁନିକ ଆଭାସୀ ବ୍ୟବସ୍ଥାକୁ ଓକାକର ବୈଷୟିକ ଟିମ୍ ସଂସ୍ଥାପନ କରିଛନ୍ତି। ଓକାକର ନିଜସ୍ବ ପାଣ୍ଠିରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଏହି ବ୍ୟବସ୍ଥା ସକାଶେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ପତ୍ର ମାଧ୍ୟମରେ ଓକାକର ଅଧ୍ୟକ୍ଷ ଶ୍ରୀ ବିଶାଲ ଦେବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢୀ ।

 

LEAVE A REPLY

Please enter your comment!
Please enter your name here