ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି -ସରକାର ଗଠନର ବର୍ଷେ ଭିତରେ ଅନେକ ଉପଲବ୍ଧି ହାସଲ କରିଛୁ, କିନ୍ତୁ ଜଣେ ତୃଣମୂଳ ସ୍ତରରେ କାମ କରୁଥିବା ସାଧାରଣ ପରିବାରର ପିଲାଟିଏ ମଧ୍ୟ ଦିନେ ମୁଖ୍ୟମନ୍ତ୍ରୀ ହୋଇପାରିବ, ଏଇ ଆଶା ହିଁ ସବୁଠୁ ବଡ଼ ଉପଲବ୍ଧି ଆମ ପାଇଁ-ମୋହନ ଚରଣ ମାଝୀ

0
398

By Our Correspondent

BHUBANESWWAR: ଆଜିକୁ ବର୍ଷେ ତଳେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏବଂ ଆପଣଙ୍କ ବିଶ୍ୱାସ ଓ ସମର୍ଥନ ସହ ଆମେ ସରକାର ଗଢ଼ିଲୁ। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଥପ୍ରଦର୍ଶନ ସହ, ମୁଁ ଆମ ମହାନ ଓଡ଼ିଶା ମାଟିର ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିଲି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି.

ଲୋକଙ୍କ ସେବା କରିବା ମୋର ଏକମାତ୍ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। କଲେଜରେ ପଢୁଥିବା ବେଳେ ରାଷ୍ଟ୍ରସେବା ଓ ଜନସେବା ମନୋବୃତ୍ତି ରଖି ସ୍ୱୟଂସେବକ, ଶିକ୍ଷକ, ସରପଞ୍ଚ, ବିଧାୟକ ଓ ଆଜି ମୁଖ୍ୟମନ୍ତ୍ରୀ ଭାବେ ଆପଣମାନଙ୍କ ସମସ୍ୟା ଓ ସମାଧାନ ପାଇଁ ନିରନ୍ତର ଲଢ଼ିଛି ଆଉ ଲଢୁଛି ମଧ୍ୟ।

ସରକାର ଗଠନର ବର୍ଷେ ଭିତରେ ଅନେକ ଉପଲବ୍ଧି ହାସଲ କରିଛୁ, କିନ୍ତୁ ଜଣେ ତୃଣମୂଳ ସ୍ତରରେ କାମ କରୁଥିବା ସାଧାରଣ ପରିବାରର ପିଲାଟିଏ ମଧ୍ୟ ଦିନେ ମୁଖ୍ୟମନ୍ତ୍ରୀ ହୋଇପାରିବ, ଏଇ ଆଶା ହିଁ ସବୁଠୁ ବଡ଼ ଉପଲବ୍ଧି ଆମ ପାଇଁ। ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ କହିଥିଲି ଆମ ସରକାର ହେଉଛି ଲୋକଙ୍କ ସରକାର ।
ସେଇଥିପାଇଁ ମୁଁ ସବୁବେଳେ ଆପଣ ମାନଙ୍କ ନିକଟକୁ ଯିବାକୁ, ଆପଣମାନଙ୍କ ସହ ମିଶି ଆପଣଙ୍କ ସମସ୍ୟାକୁ ତୃଣମୂଳ ସ୍ତରରେ ହିଁ ବୁଝି ତା’ର ସମାଧାନ କରିବାକୁ ଚେଷ୍ଟା କରୁଛି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି.
ଆମେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ପ୍ରମୁଖ ୪ ଟି ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ।  ସେହି ନିଷ୍ପତ୍ତି ଅନୁଯାୟୀ ସର୍ବପ୍ରଥମେ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦେଶରେ ଆମେ ଶ୍ରୀମନ୍ଦିରର ଚାରି ଦ୍ୱାର  ଖୋଲିଥିଲୁ, ତା’ ସହ ମନ୍ଦିରର ଉନ୍ନତି ପାଇଁ ₹୫୦୦ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ ।
ସୁଭଦ୍ରା ଯୋଜନା ଆରମ୍ଭ କରି ଗୋଟିଏ ବର୍ଷରେ ୧ କୋଟିରୁ ଊର୍ଦ୍ଧ୍ଵ ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିପାରିଛୁ । ଆମ ଅନ୍ନଦାତାମାନଙ୍କୁ ଅତିରିକ୍ତ ₹୮୦୦ ସହାୟତା ଦେଇ ଧାନର ଏମ୍ଏସପି କ୍ଵିଣ୍ଟାଲ ପିଛା ₹୩୧,୦୦ ପ୍ରଦାନ କରାଯାଉଛି । ଆମେ ବର୍ଷେ ଭିତରେ ୨୧ ଟି ପ୍ରତିଶ୍ରୁତିରୁ ୧୧ ଟି ପ୍ରତିଶ୍ରୁତି ପୂରଣ କରିସାରିଛୁ । ଆପଣଙ୍କ ଆଶୀର୍ବାଦ ଓ ସମର୍ଥନରେ ଓଡ଼ିଶା ଆଜି ବାସ୍ତବିକ ବିକାଶ ଦିଗରେ ଗତି କରୁଛି , ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here