ରାଜ୍ୟ ସଭାପତି ଭାବେ ଶ୍ରୀ ମନମୋହନ ସାମଲ ଏବଂ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଙ୍କ ନାମ ଘୋଷଣା କଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଡ.ସଂଜୟ ଜୟସ୍ୱାଲ

0
301

By Our Correspondent

BHUBANESWAR: ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ଗତ କାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ପଦରେ ଅପ୍ରତିଦ୍ୱନ୍ଦୀ ଭାବେ ଶ୍ରୀ ମନମୋହନ ସାମଲ ଓ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି ଓଡିଶା ଦାୟୀତ୍ୱରେ ଥିବା ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଡ.ସଂଜୟ ଜୟସ୍ୱାଲ ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଡ.ଜୟସ୍ୱାଲ କହିଛନ୍ତି ଯେ, ରାଜ୍ୟ ସଭାପତି ଭାବେ ଏକ ମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ମନମୋହନ ସାମଲଙ୍କ ନାମାଙ୍କନ ପତ୍ର କାୟମ ରହିଥିବାରୁ ସେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଓଡିଶା ପ୍ରଦେଶରୁ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।
ସେମାନେ ହେଲେ; ବିମ୍ବାଧର କୁଅଁର, ପ୍ରେମ ସାଗର ଓରାମ, ସବିତା ନନ୍ଦ, ଦିଲୀପ ମିଶ୍ର, ମମିତା ନାୟକ, ଡା.ବୁଧନ ମୁର୍ମୁ, ଜୀବନ ପ୍ରଦୀପ ଦାସ, ଅନିଲ ବେହେରା, ପୂର୍ଣ୍ଣଚନ୍ଦ୍ର ପାଣି, ବିନୋଦ ବିହାରୀ ଜେନା, ଶ୍ରୀମତୀ ସଂଚିତା ମହାନ୍ତି, ପ୍ରେମାନନ୍ଦ ଜେନା, ଡା.ଓମପ୍ରକାଶ ଯୋଶୀ, ବସନ୍ତ ପଣ୍ଡା, ପ୍ରଦୀପ୍ତ କୁମାର ନାଏକ, ଗୁରୁଚରଣ ମହାନ୍ତି, ପର୍ଶୁରାମ ମାଝୀ, ସଂଜିତ ମଣ୍ଡଳ, ବ୍ରଜେନ୍ଦ୍ର ରାୟ, ଦୁର୍ଯ୍ୟୋଧନ ସାହୁ, ଇଶ୍ୱର ଚନ୍ଦ୍ର ବେହେରା, ଉପେନ୍ଦ୍ରନାଥ ବିଶ୍ୱାଳ, ମଧୁସୁଦନ ସିଂହାରୀ, ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଅଜୟ କୁମାର ମିଶ୍ର, ଶ୍ରୀମତୀ କାନନବାଳା ପଟ୍ଟନାୟକ, ଶ୍ରୀମତୀ ଜୟନ୍ତୀ ପଢିଆରୀ, ମହେଶ ଚନ୍ଦ୍ର ମହାନ୍ତି, କାହ୍ନୁଚରଣ ପତି, ନଳିନୀକାନ୍ତ ପାତ୍ର, ଜୟରାମ ଭୋଇ ଏବଂ ଓ୍‌ôାଇ.ଗଣପତି ।
ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଷ୍ଟ୍ରୀୟ ସହ ନିର୍ବାଚନ ଅଧିକାରୀ ଡ.ସମ୍ବିତ ପାତ୍ର, ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଷ୍ଟ୍ରୀୟ ଉପସଭାନେତ୍ରୀ ତଥା ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ବରିଷ୍ଠ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସଂଗଠନ ପର୍ବ – ୨୦୨୪ର ଅନ୍ତିମ ପର୍ଯ୍ୟାୟ ପାଇଁ ଗତ ଜୁଲାଇ ୪ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିବାବେଳେ ୬ ତାରିଖରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଥିଲା । ଗତ କାଲି ନାମାଙ୍କନ ପତ୍ର ଦାଖଲ କରାଯାଇଥିବାବେଳେ ଆଜି ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here