ରାଜ୍ୟ ବିଜେପିର ‘ସମ୍ବର୍ଦ୍ଧନା ସଭା’: ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ସ୍ୱାଧୀନତା ସଂଗ୍ରାମୀ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଶ୍ରେୟ ଦେଲେ ଧର୍ମେନ୍ଦ୍ର ପ୍ରଧାନ

0
51
ଆଜିର ସମୟରେ ଓଡ଼ିଶା ଦେଶରେ ପ୍ରଭାବଶାଳୀ ସ୍ଥାନରେ ଅଛି । ଓଡ଼ିଶାରେ ନବଗଠିତ ସରକାର ଓଡ଼ିଆ ଲୋକଙ୍କର ସରକାର ହୋଇ କାମ କରିବ । ଏହି ଗୁରୁ ଦାୟିତ୍ୱକୁ ଆମେ ବୁଝିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଓଡ଼ିଆ ଅସ୍ମିତା ସହ ଜଡ଼ିତ ବିଷୟକୁ ପୂରଣ କରିବା ସହିତ ଅକଥନୀୟ ପରିଶ୍ରମ କରି ଗାଁରୁ ସହର ପର୍ଯ୍ୟନ୍ତ ଲୋକସେବାରେ ନିଜକୁ ସମର୍ପିତ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR: ଆଜିର ସମୟରେ ଓଡ଼ିଶା ଦେଶରେ ପ୍ରଭାବଶାଳୀ ସ୍ଥାନରେ ଅଛି । ଓଡ଼ିଶାରେ ନବଗଠିତ ସରକାର ଓଡ଼ିଆ ଲୋକଙ୍କର ସରକାର ହୋଇ କାମ କରିବ । ଏହି ଗୁରୁ ଦାୟିତ୍ୱକୁ ଆମେ ବୁଝିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଓଡ଼ିଆ ଅସ୍ମିତା ସହ ଜଡ଼ିତ ବିଷୟକୁ ପୂରଣ କରିବା ସହିତ ଅକଥନୀୟ ପରିଶ୍ରମ କରି ଗାଁରୁ ସହର ପର୍ଯ୍ୟନ୍ତ ଲୋକସେବାରେ ନିଜକୁ ସମର୍ପିତ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ଭୁବନେଶ୍ୱରରେ ରାଜ୍ୟ ବିଜେପିର ‘ସମ୍ବର୍ଦ୍ଧନା ସଭା’ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦଳୀୟ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ ।

ହଜାର ହଜାର ବର୍ଷ ପୂର୍ବେ ଲଢେଇ କରିଥିବା କଳିଙ୍ଗ ଯୁଦ୍ଧର ସଂଗ୍ରାମୀଗଣ, ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ହରେକୃଷ୍ଣ ମହତାବ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଫକୀରମୋହନ ସେନାପତିଙ୍କ ନିକଟରେ ସମର୍ପିତ କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଏକ ଜାତୀୟ ଦଳ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’ ପରି ଆଞ୍ଚଳିକ ଆବେଗକୁ ପ୍ରସଙ୍ଗ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ଏହା ହେଉଛି ଆମର ପୁଞ୍ଜି, ଏହାକୁ ଉପଯୋଗ କରି ଆମେ ଆଗକୁ ବଢିବା । ବିଜେପିର ବିଜୟ ଓଡ଼ିଆ ଆବେଗ, ଅଭିମାନ ଓ ସ୍ୱାଭିମାନର ପ୍ରତିଫଳନ, ଯାହାକୁ ଆମେ କାର୍ଯ୍ୟକର୍ତ୍ତାମାନେ କେବେ ବି ଭୁଲିବା ଉଚିତ୍ ନୁହେଁ । ଓଡ଼ିଶାର ବିପଦ ସମୟରେ ଲାଲକୃଷ୍ଣ ଆଡଭାନୀ, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଭଳି ମହାନ ନେତୃତ୍ୱଙ୍କ ଦାୟିତ୍ୱ ଅତୁଳନୀୟ ।

ସେହିପରି ଓଡ଼ିଶାର ବରିଷ୍ଠ ନେତା ତଥା ଛତିଶଗଡର ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱ, ଡକ୍ଟର ଦେବେନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ମହାପାତ୍ର, ପ୍ରସନ୍ନ ମିଶ୍ର, ରଞ୍ଜନ ପଟେଲଙ୍କ ଭଳି ଅନେକ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ କୁଶଳତା ପାଇଁ ରାଜ୍ୟ ବିଜେପି ଏହି ସ୍ଥାନରେ ପହଞ୍ଚିପାରିଛି । ନୂଆ ଓଡ଼ିଶା ଗଢିବା ସହ ବିକଶିତ ଭାରତର ସୈନିକ ହେବାର ଦାୟିତ୍ୱ ଆମ ହାତରେ ନ୍ୟସ୍ତ ଅଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ମୁଖ୍ୟ ସମସ୍ୟାର ସମାଧାନ ନିର୍ଦ୍ଦିଷ୍ଟ ସମୟରେ ପୂରଣ କରିବା ପାଇଁ ହେବ ।  ଆଉ ମାତ୍ର ୧୨ ବର୍ଷ ପରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ ।  ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି । ମୋଦୀ ସରକାରରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ଓଡ଼ିଆ ଅସ୍ମିତା ହେଉଛି ସ୍ୱାବଲମ୍ବୀ ହେବା,  ସମାଜରେ ସୁରକ୍ଷା ବଢାଇବା । ଓଡ଼ିଆ ଅସ୍ମିତାକୁ ପୂରଣ କରିବା ପାଇଁ ହେବ । କୋଟି କୋଟି ଓଡ଼ିଆ ଲୋକଙ୍କର ଆକାଂକ୍ଷା ବିଜେପି ସହ ଯୋଡିହୋଇଛି । ବିଜେପିକୁ ଆଗକୁ ନେବା ପାଇଁ ହେଲେ ଆମର ମୂଳ ବିଚାରଧାରାକୁ ଲୋକଙ୍କୁ ବୁଝାଇବା ପାଇଁ ହେବ ବୋଲି ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ‘ସମ୍ବର୍ଦ୍ଧନା ସଭା’ରେ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ବିଶ୍ୱ ପରିବେଶ ଦିବସ ଅବସରରେ ‘ଗୋଟିଏ ଗଛ ମା’ଙ୍କ ନାମରେ’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏଥିରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

ତାଙ୍କ ଆହ୍ୱାନ କ୍ରମେ ପରିବେଶକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତେ ଗଛ ଲଗାଇବା । ଏହାବ୍ୟତିତ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆମର ଯୁବ ଆଥଲେଟ୍ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସମେତ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here