ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ପରେ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି

0
83

By Our Correspondent

BHUBANESWAR:    ଆଜି ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ପରେ ଦଳର ପ୍ରାର୍ଥୀନୀ ଶ୍ରୀମତୀ ମମତା ମହାନ୍ତ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ରାଜ୍ୟସଭା ରେ ତାଙ୍କ ଭୂମିକା ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

‘ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଆମ ଦଳର ପ୍ରାର୍ଥୀନୀ ମମତା ମହାନ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମୁଁ ଦୃଢ଼ ନିଶ୍ଚିତ ମହିଳା ସଶକ୍ତିକରଣ ଏବଂ ରାଜ୍ଯବାସୀଙ୍କ ସ୍ୱାର୍ଥ ପୂରଣ ପାଇଁ ଓଡ଼ିଶାର ସ୍ଵର ସାଜିବା ସହ ବିକଶିତ ଓଡ଼ିଶା ଗଠନରେ ଆପଣଙ୍କ ଭୂମିକା ଗୁରୁତ୍ଵ ବହନ କରିବ।, ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି

LEAVE A REPLY

Please enter your comment!
Please enter your name here